ସୁନ୍ଦରଗଡ଼: ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କନିକା-ବେଲପାହାଡ଼ ମୁଖ୍ୟ ରାସ୍ତାର ଝାରସୁଗୁଡ଼ା ସୀମାନ୍ତବର୍ତ୍ତୀ କାଉଦରହ ନିକଟରେ ରାସ୍ତାକଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୁଲିସ ଠାବ କରିଛି। ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏହି ଯୁବକଙ୍କୁ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ଲାଗିଥିବା ବେଳେ ମୁହଁ ତଳକୁ କରି ପଡ଼ିଥିବା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରାଯାଇଛି। କେହି ହୁଏତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି। ମୃତ ଯୁବକଙ୍କ ପରିଚୟ ମିଳି ନ ଥିବାବେଳେ ସେ ଝାରସୁଗୁଡ଼ା ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି।
/sambad/media/post_attachments/wp-content/uploads/2018/04/Deadbody-Sundergarh_18.04.18.jpeg)
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କନିକା-ବେଲପାହାଡ଼ ମୁଖ୍ୟ ରାସ୍ତାର ଝାରସୁଗୁଡ଼ା ସୀମାନ୍ତବର୍ତ୍ତୀ କାଉଦରହ ରାସ୍ତାକଡ଼ରେ ଜିନ୍ ପ୍ୟାଣ୍ଟ ଓ ଟି ସାର୍ଟ ପନ୍ଧିଥିବା ଓ ରକ୍ତ ଜୁଡ଼ୁବୁଡ଼ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସେହି ବାଟ ଦେଇ ଯାଉଥିବା ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Deadbody-Found_Thumbnail.jpg)