ଖଇରା /ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରମେ ପଞ୍ଚାୟତ ଅନ୍ତର୍ଗତ ବୁଡ଼ାଗଡ଼ିଆ ପୋଲ ତଳୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଆଜି ସକାଳେ ଜବତ କରାଯାଇଛି। ପାରିପାଶ୍ୱିକ ଅବସ୍ଥାରୁ ଯୁବକ ଜଣଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ମତଦେହ ବୃବଛେଦ ପାଇଁ ପଠାଇଛି। ଶବ ବ୍ୟବଛେଦ ରିପୋର୍ଟ ଆଧାରରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ପୁଲିସ କହିଛି।
ମିଳିଥିବା ସୂଚନା ଅନୁଯାୟୀ, ପାଣିଭିତରେ ଲୁଙ୍ଗି ପିନ୍ଧିିଥିବା ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି କିଛି ଲୋକ ଏ ନେଇ ଔପଦା ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ଦମକଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଖଇରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପରେ ଜଣାପଡ଼ିଛି ଯେ ମୃତ ଯୁବକ ଜଣକ ହେଉଛନ୍ତି ଗୋବିନ୍ଦପୁର ପଞ୍ଚାୟତର କୋଳିପଦା ଗ୍ରାମର ଲମ୍ବୁ ହେମ୍ବ୍ରମ(୩୫ ବର୍ଷ)। ତେବେ ଶ୍ରୀ ହେମ୍ବ୍ରମ୍ କିପରି ଘଟଣାସ୍ଥଳକୁ ଆସିଲେ ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ପୁଲିସ ତାର ତଦନ୍ତ କରୁଛି।
ବାଲେଶ୍ୱର: ନାଳରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2018/08/BlueStacks_ScreenShot-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)