ବୌଦ୍ଧ: ଆଜି ସକାଳେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ବାଉଁଶୁଣି ଅଗ୍ନିଶମ କେନ୍ଦ୍ର ନିକଟ ଏକ ଚାଷ ଜମିରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି । ମୃତଦେହ ନିକଟରେ ତାଙ୍କ ମୋଟର ସାଇକେଲଟି ପଡ଼ିଛି। ଯୁବକଙ୍କୁ ହତ୍ୟା କରାଯାଇଥିିବା ଅଭିଯୋଗ କରି ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହିତ ମିଶି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ। ପରେ ଘଟଣାସ୍ଥଳରେ ବୌଦ୍ଧ ତହସିଲଦାର ଲଲାଟେନ୍ଦୁ ସି ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ୨୪ ଘଣ୍ଟା ମଧ୍ୟରେ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦେଳନ ପ୍ରତ୍ୟାହୃତ ହୋଇଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବାଉଶୁଣି ଥାନା ଗୁଡ଼ାପଡ଼ା ଗ୍ରାମର ନରେଶ ଖଟୁଆ(୩୨ ବର୍ଷ)ଙ୍କ ମୃତ ଦେହ ବାଉଶୁଣି ଦମକଳ କେନ୍ଦ୍ର ନିକଟରେ ପଡ଼ିଥିବା କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ନରେଶ ନିଜ ଓଡ଼ି୨୭ଏ ୬୩୯୨ ନମ୍ବର ବିଶିଷ୍ଟ ବାଇକ୍୍ ନେଇ ଗତକାଲି ଘରୁ ବାହାରିଥିଲେ। ମାତ୍ର ରାତିରେ ଆଉ ଘରକୁ ଫେରି ନ ଥିଲେ। ଆଜି ସକାଳେ ଯେଉଁ ଠାରେ ନରେଶଙ୍କ ମୃତଦେହ ପଡ଼ିଥିଲା ,ସେଠାରେ ତାଙ୍କ ବାଇକ୍ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା।
ତେବେ ନରେଶଙ୍କୁ କେହି ହତ୍ୟା କରିଛି ବୋଲି ତାଙ୍କ ପରିବାର ଲାକେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନତ ଆରମ୍ଭ କରିଛି ବୋଲିି ପୁଲିସ ପକ୍ଷରୁ କୁହାଯାଇଛି।