ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉଇଲଗା ଜଙ୍ଗଲରେ ଥିବାଏକ ଆମ୍ବ ଗଛରେ ଆଜି ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଠାବ କରାଯାଇଛି। ମୃତ ଯୁବକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ମୃତଦେହ ଝୁଲୁଥିବା ସ୍ଥାନ ଠାରୁ ଅଳ୍ପ ଦୂରରେ ଓଆର ୦୨ ବି ଇ ୪୭୦୯ ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ ରହିଛି। ସେହିିପରି ନିକଟରେ ଏକ ବ୍ୟାଗ୍ ମଧ୍ୟ ପଡ଼ିଛି। ଯୁବକ ଜଣକ ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମାଣାଧିନଏନଟିପିସିରେ ଜଣେ ଠିକା ଶ୍ରମିକ ହୋଇଥାଇ ପାରନ୍ତି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ତେବେ ଏ ନେଇ ପୁଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ।
ବ୍ରଜରାଜନଗର: ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ
/sambad/media/post_attachments/wp-content/uploads/2018/04/BlueStacks_ScreenShot-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)