କଳାହାଣ୍ଡି: ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଭୂଦେବ। ସେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ଛୋଟ ଠେଲାରେ ତେଲଭାଜି ସାମଗ୍ରୀ ପ୍ରସ୍ତୁତ କରିି ନିଜ ଗୁଜରାଣ ମେଣ୍ଟାଉ ଥିଲେ।
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରେଷ୍ଟ୍ ସେଡ୍ରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ପାଖରେ ଏକ ପ୍ଲାଷ୍ଟିକ୍ ଷ୍ଟୁଲ୍ ଓ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି। ପାରିବାରିକ କଳହକୁ ନେଇ ସେ ଗତକାଲି ରାତିରେ ଏଠାରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
କଳାହାଣ୍ଡି: ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2018/10/dharmagarh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)