ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ରେଙ୍ଗାଲି ଥାନା ଅନ୍ତର୍ଗତ କନକତୁରା ବାବୁଡେରା ନିକଟରେ ଢ଼ାବା କରିଥିବା ରାଜେଶ କୁମାର ସାହୁ(୩୨ ବର୍ଷ) ଜଣେ ଯୁବକଙ୍କ ମୃତ ଦେହ ସେହି ଢ଼ାବା ଭିତରୁ ମିଳିଛି। ତାଙ୍କ ବେକକୁ ରଶିରେ ଚିପି ହତ୍ୟା କରାଯିବା ସହିତ ତାଙ୍କ ଆଖିକୁ ନଷ୍ଟ କରି ଦିାଯାଇଛି।। ପରେ ସେହି ଢ଼ାବାଭିତରେ ମୃତଦେହକୁ ଫିଙ୍ଗି ଦେଇ ବାହାରୁ ତାଲା ପକାଇ ଦୁର୍ବୃତ୍ତ ଚାଲି ଯାଇଛି। ଆଜି ସକାଳୁ ମୃତଦେହ ମିଳିବା ପରେ ସେଠାରେ ଉତ୍ତେଜନା ଦେଖା ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜେଶଙ୍କ ପତ୍ନୀ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କର ଦୁଇଟି ପୁଅ ଅଛନ୍ତି। ରାଜେଶଙ୍କ ଢ଼ାବା ବ୍ୟବସାୟ ସହିତ କୋଇଲା କାରବାର ମଧ୍ୟ ଥିଲା। ତେବେ ରଜସଂକ୍ରାନ୍ତି ପାଇଁ ଗତକାଲି ଢ଼ାବା ବନ୍ଦ ଥିଲା। ସନ୍ଧ୍ୟାରେ ଘରୁ ବାହାରିଥିବା ରାଜେଶ କିନ୍ତୁ ଆଉ ରାତିରେ ଘରକୁ ଫେରି ନ ଥିଲେ। ଆଜି ସକାଳୁ ତାଙ୍କ ପରିବାର ଲୋକେ ରାଜେଶଙ୍କୁ ଖୋଜାଖୋଜି କରି ଢ଼ାବା ପାଖରେ ପହଞ୍ଚିବା ପରେ ଢ଼ାବାରେ ବାହାରୁ କବାଟ ଦିଆଯାଇଥିିବା ଦେଖିବାକୁ ମିଳିଥିଲା। ମାତ୍ର ସନ୍ଦେହ ହେବାରୁ ସେମାନେ କବାଟ ଖୋଲି ଭିତରକୁ ଯିବାରୁ ଭିତରେ ରାଜେଶଙ୍କ ମୃତଦେହ ପଡ଼ିଥିଲା। ରାଜେଶଙ୍କ ଆଖି ଓ ପାଟିରୁ ରକ୍ତ ବାହାରି ଥିବା ବେଳେ ତାଙ୍କ ମୃତଦେହ ପାଖରେ ଏକ ପ୍ଲାଷ୍ଟିକ ରଶି ପଡ଼ିଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ରୋଜଶଙ୍କ ପୋଷାକ ଧୁଳି ଧୁସରିତ ହୋଇଥିବାରୁ ମୃତ୍ୟୁ ପୂର୍ବରୁ ରାଜେଶ ହତ୍ୟାକାରୀଙ୍କ ସହିତ ଧସ୍ତାଧସ୍ତି କରିଥିବା ସନ୍ଦେହ କରାଯାଉଛି। ପରେ ହତ୍ୟାକାରୀ ସେହି ପ୍ଲାଷ୍ଟିକ ରଶିରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଛି। ବିଶେଷ କରି ଗତ ୪ ଦିନ ତଳେ ରାଜେଶଙ୍କ ଢ଼ାବାରେ କାର୍ଯ୍ୟ କରୁଥିବା ଜଣେ ଯୁବକ କର୍ମଚାରୀଙ୍କର କୌଣସି ପତ୍ତା ନାହିଁ। ବିଶେଷକରି ସେହି ଯୁବକଙ୍କ ସମ୍ପର୍କରେ କେହି କିଛି ଜାଣି ନ ଥିବାରୁ ବର୍ତ୍ତମାନ ପୁଲିସ ତାଙ୍କୁ ସନ୍ଦେହ କରିବା ଆରମ୍ଭ କରିଛନ୍ତି। ରେଙ୍ଗାଲି ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆାରମ୍ଭ କରିଛି।
ଝାରସୁଗୁଡ଼ା: ଢ଼ାବା ଭିତରେ ମାଲିକଙ୍କୁ ହତ୍ୟା, ୪ଦିନ ତଳେ ନିଯୁକ୍ତ କର୍ମଚାରୀଙ୍କ ଉପରେ ସନ୍ଦେହ
/sambad/media/post_attachments/wp-content/uploads/2018/06/jharsuguda-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)