କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଡୁଣ୍ଡୁଲା ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନୃସଂଶଭାବେ ହତ୍ୟା କରି କେତେକ ଦୁର୍ବୃତ୍ତ ଫିଙ୍ଗି ଦେଇଛନ୍ତିି। ଟଙ୍କା ନେଣଦେଣକୁ ହୋଇ ଏହି ହତ୍ୟାକାଣ୍ଡ ହୋଇଥିିବା ଚର୍ଚ୍ଚା ହେଉଥିବା ବେଳେ ଆଉ କେତେକ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଡୁଣ୍ଡୁଲା ଗ୍ରାମର ଦୁର୍ଗେଶ ପ୍ରଧାନ(୨୮ ବର୍ଷ) ନାମକ ଜଣେ ଯୁବକ ଘରକୁ ଫେରି ନ ଥିଲେ। ଅବିବାହିତ ଥବା ଦୁର୍ଗେଶ ସାଙ୍ଗସାଥୀଙ୍କ ସହିତ ରହିଯାଇଥିବେ ବୋଲି ପରିବାର ଲୋକେ ଭାବିଥଲେ। ଦୁର୍ଗେଶ କିଛି ଲୋକଙ୍କୁ ଟଙ୍କାର ଧାର ସୂତ୍ରରେ ଦେଇଥାନ୍ତି। ତେବେ ଆଜି ସକାଳେ ଗାଁ ମୁଣ୍ଡରେ ଦୁର୍ଗେଶଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ମୁଣ୍ଡକୁ ଆଘାତ କରାଯାଇଥିବା ସହିତ ମୁହଁକୁ ମଧ୍ୟ ଛେଚି ଦିଆଯାଇଥିବା ଦେଖିବାକୁ ମିଳିଛି। ମୃତଦେହ ପଡ଼ିଥିବା କିଛି ଦୂରରେ ମଦ ବୋତଲ, ଖାଦ୍ୟ ପୁଡ଼ିଆ, ଏକ ମୋଟର ସାଇକେଲ ପଡ଼ିଥିବା ବେଳେ ସେଠାରେ ହତ୍ୟା କରାଯାଇ ଦୁର୍ଗେଶଙ୍କୁ ଘୋଷାରି ଘୋଷାରି କିଛି ବାଟ ଅଣାଯାଇ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ଟଙ୍କା ନେଣଦେଣ ସହିତ ଅନ୍ୟ ଦଗରେ ମଧ୍ୟ ତଦନ୍ତ ଚଳାଇଛି।
କେସିଙ୍ଗା: ଯୁବକଙ୍କୁ ପଥରରେ ଛେଚି ହତ୍ୟା
/sambad/media/post_attachments/wp-content/uploads/2018/05/kesinga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)