ଦୁଷ୍କର୍ମ ମାମଲାରେ ଯୁବକଙ୍କୁ ୫ ବର୍ଷ ଜେଲଦଣ୍ଡ

ଭଦ୍ରକ: ରାକ୍ଷୀ ବାନ୍ଧିବାକୁ ଯାଉଥିବା ବେଳେ ଜଣେ ମହିଳାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ମାମଲାର ବିଚାର କରି ଭଦ୍ରକର ସ୍ପେଶାଲ ଟ୍ରାକ୍‌ ଜଜ୍‌ ଜନକ ରାଉତ ଅଭିଯୁକ୍ତ ଯୁବକଙ୍କୁ ୫ ବର୍ଷ ଜେଲ ଦଣ୍ଡଦେଇଛନ୍ତି।

ସୂଚନାଯୋଗ୍ୟ ୨୦୧୮ ଅଗଷ୍ଟ ୨୬ (ରାକ୍ଷୀ ପୂର୍ଣ୍ଣିମା)ରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଟୁଆ ଗ୍ରାମର ଜଳଧର ଜେନା ରାକ୍ଷୀ ବାନ୍ଧିବା ଲାଗି ଜଣେ ବିବାହିତ ମହିଳାଙ୍କୁ ସାଇକେଲରେ ବସାଇ ନେଉଥିଲେ। ଯିବା ବାଟରେ ସେ ଏକ ନିର୍ଜନ ସ୍ଥାନରେ ଦୁଷ୍କର୍ମ କରିଥିଲେ ବୋଲି ସଂପୃକ୍ତା ମହିଳା ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ପୁଲିସ ଜଳଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଇ ଘଟଣାରେ ମାମଲା କୋର୍ଟରେ ଚାଲିଥିବା ବେଳେ ଏଇ ମାମଲାର ବିଚାର କରି ଭଦ୍ରକର ଫାଷ୍ଟଟ୍ରାକ୍‌ ଜଜ୍‌ ଜନକ ରାଉତ ଅଭିଯୁକ୍ତ ଜଳଧରଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ବସନ୍ତ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର