ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ଅଭିଯୁକ୍ତ ସ୍ୱାମୀ ଗିରଫ

ଭଦ୍ରକ: ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଛି। ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମରେ ଗୁରୁବାର ରାତି ହୋଇଥିବା ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସ୍ୱାମୀ ସଂଜୟ ମହାଲିକକୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ ସଂଜୟ ପଂଜାବର ଏକ କପଡ଼ା କାରଖାନାରେ ଶ୍ରମିକ ଭାବେ କାମ କରୁଥିଲା। ସେ ୨ ଦିନ ପୂର୍ବରୁ ଘରକୁ ଆସିଥିଲା। ଗୁରୁବାର ରାତି କୌଣସି ପାରିବାରିକ ସମସ୍ୟାକୁ ନେଉ ଉଭୟ ସ୍ୱାମୀ ଓ ସ୍ତ୍ରୀ ରଶ୍ମିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ସଂଜୟ ଉତ୍‌କ୍ଷିପ୍ତ ହୋଇ ନିଜର ନିୟନ୍ତ୍ରଣ ହରାଇଥିଲା। ଏହା ପରେ ସେ ଏକ କୁରାଢ଼ୀରେ ରଶ୍ମିତାକୁ ଚୋଟ ପରେ ଚୋଟ ମାରି ଚାଲିଥିଲା।

ହତ୍ୟାକାଣ୍ଡ ପରେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଘଟଣାସ୍ଥଳରେ ପହଂଚିଥିଲା। ପୁଲିସ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମାମଲା ରୁଜୁ କରି ଅଭିଯୁକ୍ତ ସଂଜୟକୁ ଗିରଫ କରିବା ପରେ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର