ଧାନ ଅମଳ ମେସିନରେ କଟିଗଲା ହାତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସମାକୁଦ ଗ୍ରାମରେ ଧାନ ଅମଳ ବେଳେ କଳ୍ପତରୁ ବେହେରା(୩୦)ଙ୍କ ହାତ କଟି ଯାଇଛି। ଆଜି ଅପରାହ୍ଣରେ ମେସିନରେ ଧାନ ଅମଳ କରୁଥିବା ବେଳେ ଅସାବଧାନତା କାରଣରୁ ମେସିନରେ ତାଙ୍କ ହାତ ପଶି ଯାଇଥିଲା। ତାକୁ ତୁରନ୍ତ ନିକଟସ୍ଥ କାମାକ୍ଷାନଗର ଡ଼ାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଢେ଼ଙ୍କାନାଳ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର