୮ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ପଣବନ୍ଦୀ : ସ୍ତ୍ରୀଙ୍କୁ ପଠାଇଲେ, ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ

ବାଲେଶ୍ବର : ୮ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ପଣବନ୍ଦୀ । ଅପହରଣକାରୀ, ଯୁବକଙ୍କ ସ୍ତ୍ରୀଙ୍କୁ ପଠାଇଲେ, ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ । ଅପହରଣ କରାଯାଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ ହୋଇଛି । ବାଲେଶ୍ୱର ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କୋଲକାତାରେ ଭଲ କାମ ଦେବାକୁ କହି କୋଲକାତା ଡାକିବା ପରେ ତାଙ୍କୁ ବନ୍ଧକ ରଖାଯାଇଥିବା ଅଭିଯୋଗ ହୋଇଛି ।

ଗତ ୨୮ତାରିଖ ଦିନ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ତାପରେ ସେ କୋଲକାତା ଚାଲିଯାଇଥିଲେ । ଏହାପରେ ତାପସଙ୍କ ପତ୍ନୀ ସୁକାନ୍ତିଙ୍କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା ଏବଂ ୮ଲକ୍ଷ ଟଙ୍କା ନଦେଲେ ତାପସକୁ ଜୀବନରୁ ମାରି ଦିଆଯିବ ବୋଲି କୁହାଯାଇଥିଲା । ମାର୍ଚ୍ଚ ୨ତାରିଖରେ ସେହି ନମ୍ବରରୁ ତାପସଙ୍କ ହାତଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର ଏକ ଭିଡିଓ ତାଙ୍କ ପତ୍ନୀଙ୍କୁ ପଠାଯାଇଥିଲା । ଯେଉଁଥିରେ ଭୟଭୀତ ହୋଇ ସୁକାନ୍ତି ଦିଆଯାଇଥିବା ଏକ ବ୍ୟାଙ୍କ ଆକାଉଣ୍ଟରେ ୫୦ହଜାର ଟଙ୍କା ଦେଇଲେ । ଏନେଇ ତାପସଙ୍କ ପତ୍ନୀ ସୁକାନ୍ତି ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର