ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ବାବୁ ସାହିର ନ୍ୟୁ କଲୋନି ସାହିରେ ଥିବା ଟ୍ରାନ୍ସଫର୍ମର ଉପରେ ଗୁରୁବାର ସକାଳେ ଏକ ଶୁଖିଲା ଆମ୍ବ ଗଛ ପଡିଯାଇଥିଲା। ଏଥିରେ ବହୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ଗଛ ପଡ଼ିବାରୁ ୧୦୦ କେଭିର ଏହି ଟ୍ରାନ୍ସଫର୍ମରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ଏହା ନିକଟରେ ଥିବା ସାହି ବାସିନ୍ଦା ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଖବରପାଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହିତ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ।
ଟ୍ରାନ୍ସଫର୍ମର ଉପରେ ପଡ଼ିଲା ଶୁଖିଲା ଆମ୍ବ ଗଛ
/sambad/media/post_attachments/wp-content/uploads/2020/11/c510db79-f1e3-43bb-a5b1-28587069aed3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)