ଯାଜପୁର: ଭୁଜାଲିରେ ହାଣି ଯୁବକଙ୍କୁ ହତ୍ୟା

ଯାଜପୁର: ଆଜି ସକାଳୁ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ତଳଜଙ୍ଗା ଗ୍ରାମ ନିକଟରେ ଜଣେ ଯୁବକଙ୍କୁୁ କେତେକ ଦୁର୍ବୃତ୍ତ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ଗୋପବନ୍ଧୁ ସେଠୀ (୨୬ ବର୍ଷ) ଓ ସେ ଜଣେ ଜେସିବି ଡ୍ରାଇଭର ବୋଲି ଜଣାପଡ଼ିଛି।। ତେବେ ବିଛାଖଣ୍ଡି ପାହାଡ଼ରେ ପଥର ଖଣିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖବର ପାଇ ଜେନାପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର