ପଡ଼ୋଶୀର ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ଗୋରୁମହିଷାଣୀ: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା କୁକୁଡିମୁଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁକୁଡିମୁଣ୍ଡି ଗ୍ରାମରେ ଜମି ବାଡ଼ି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ପଡୋଶୀକୁ ତୀର ମାଡ଼ କରିଛନ୍ତି। ମୃତ ବ୍ୟକ୍ତି ହେଉଛନ୍ତି ସେହି ଗ୍ରାମର ସମରା ଦେହୁରୀ।

କୁକୁଡିମୁଣ୍ଡି ଗ୍ରାମ ଦେହୁରୀ ସାହିର ଛୋଟରାୟ ଦେହୁରୀ ଓ ସମରା ଦେହୁରୀ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ଛୋଟରାୟ ଦେହୁରୀ ସମରା ଦେହୁରୀକୁ ତୀର ମରିଦେବାରୁ ଛାତିରେ ବାଜିଥିଲା ଓ ଗୁରୁତ୍ବର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘଷଣା କରିଥିଲେ । ଏନେଇ ଗୋରୁମହିଷାଣୀ ଥାନାରେ କେସ ନଂ-୭୦/୨୦ ରେ ଏକ ମାମଲା ରୁଜୁ ହୋଇଛି। ରାଇରଙ୍ଗପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତ ଘଟଣା ଘଟାଇ ଫେରାର ହୋଇଯାଇଛି । ଗୋରୁମହିଷାଣୀ ଥାନା ଅଧିକାରୀ ପି.କେ ସ୍ବାଇଁ ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

ସମ୍ବନ୍ଧିତ ଖବର