ହାତୀ ଆକ୍ରମଣରେ ଗୁଡ଼ବିକାଳି ମୃତ 

ଓଡ଼ାପଡ଼ା: ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପଟାଳୁ ନିକଟରେ ଜଣେ ଗୁଡ଼ ବିକାଳୀଙ୍କୁ ବଣୁଆ ହାତୀ ଆକ୍ରମର କରିଥିବା ଜଣାପଡିଛି। ହାତୀ ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଖବର ନେବାରେ ଜଣାଗଲା ଯେ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କୋତ୍ତମ ପଞ୍ଚାୟତ ଅଧୀନ କୋଟବେରଣା ଗ୍ରାମର ମାୟାଧର ସ୍ବାଇଁ (୫୮)ଙ୍କ ମୃତ୍ୟୁ ହୋଇଛି। ସେ ଗୁଡ଼ ବିକ୍ରି କରିବା ପାଇଁ ବାବନ୍ଧ ଅଞ୍ଚଳକୁ ଆସି ନିଜ ଘରକୁ ଫେରିବା ସମୟରେ ପଟାଳୁ ନିକଟରେ ବଣୁଆ ହାତୀପଲଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ହାତୀ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଵାଵନ୍ଧ ଵନ ବିଭାଗ କର୍ମଚାରୀ ମୃତ୍ୟୁବରଣ କରିଥିବା ମାୟାଧରଙ୍କ ମୃତଦେହ ପୋଷ୍ଟମର୍ଟମ ନିମନ୍ତେ ଢେଙ୍କାନାଳ ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର