ମୁରିବାହାଲ/ ଟିଟିଲାଗଡ଼/ ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଳାଗଡ଼ ଥାନା ଅନ୍ତର୍ଗତ ଚିରୋଲ ଗାଁ ନିକଟସ୍ଥ ରେଲେଓ୍ଵ ଫାଟକ ପାଖରେ ଗତକାଲି ରାତିରେ କେତେକ ଦୁର୍ବୃତ୍ତ ଜଣେ ଯୁବକଙ୍କ ତଣ୍ଟିକାଟି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ମୁରିବାହଲ ବ୍ଲକ୍ ତେନ୍ତୁଲିଖୁଣ୍ଟି ଗ୍ରାମର ରୋମାଞ୍ଚ ରଣା(୩୮ ବର୍ଷ) ମୃତଦେହ ଠାରୁ ମାତ୍ର ୫୦ ଫୁଟ ଦୂରରେ ଶ୍ରୀ ରଣାଙ୍କ ମୋଟର ସାଇକେଲଟି ରଖାଯାଇଥିିବା ବେଳେ ଏହାର ଡିକି ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ତେନ୍ତୁଲିଖୁଣ୍ଟି ଗ୍ରାମର ଶ୍ରୀ ରଣା ବିବାହିତ। ତାଙ୍କର ଘରେ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ମୁମ୍ବାଇରେ କାର୍ଯ୍ୟ କରନ୍ତି। ଗତ କିଛି ଦିନ ହେବ ସେ ଗାଁକୁ ଆସିଥିଲେ। ଗତକାଲି ରାତିରେ ଶ୍ରୀ ରଣା କୌଣସି କାର୍ଯ୍ୟରେ ବାହାରକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଆଜି ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଚିରାଲ ଗାଁ ନିକଟସ୍ଥ ରେଲେଓ୍ଵ ଫାଟକ ପାଖରେ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳର ପହଞ୍ଚି ପୁଲିସ ମୃତଦେହ ଜବତ କରିବା ସହିତ ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଡକାଇ ତଦନ୍ତ ଆରମ୍ଭ କରିଛି।
ବଲାଙ୍ଗୀର: ଯୁବକଙ୍କ ତଣ୍ଟିକାଟି ହତ୍ୟା
/sambad/media/post_attachments/wp-content/uploads/2018/03/Muribahal-Murder_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)