ଦଉଡିରେ ପତ୍ନୀ ଗଳାକୁ ଭିଡି ହତ୍ୟା କଲା ସ୍ୱାମୀ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦେଉଳପାଳ ଗ୍ରାମର ଜେନାସାହିରୁ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ୱାମୀ ତାର ପତ୍ନୀର ଗଳାକୁ ଦଉଡିରେ ଭିଡି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ ସାବିତ୍ରୀ ଜେନା ବୋଲି ଜଣାପଡ଼ିଛି।

ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏନେଇ ମୃତ ମହିଳାଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ୍‌ ସାବିତ୍ରୀଙ୍କ ସ୍ୱାମୀ ଭଗବାନ ସାହୁକୁ ଅଟକ ରଖିଛି।

ସମ୍ବନ୍ଧିତ ଖବର