ଯାଜପୁର: ଅଣ୍ଡା ଖାଇବାକୁ ନେଇ ଝଗଡା ଓ ଗଣ୍ଡଗୋଳ ଓ ପରେ ହତ୍ୟା। ଏହାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଟିକର ସାହିର ଗୁନା ବେହେରାଙ୍କ ପୁଅ ବିଶ୍ୱଭୂଷଣ(୨୨)। ସେ ଗୁରୁବାର ଅପରାହ୍ନରେ ବିଶ୍ୱଭୂଷଣ ଓ ସଂପର୍କୀୟ ଭାଇ ମାନସ ଦେଉରୀ ଦୁହେଁ ଆରୁହା ହାଟକୁ ଯାଇଥିଲେ। ସେଠାରେ ଅଣ୍ଡା ଖାଇବାକୁ କେନ୍ଦ୍ର କରି କିଛି ଲୋକଙ୍କ ସହ ବଚସା ହୋଇଥିଲା। ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ବାଡାବାଡି କରିବା ସହ ନିକଟସ୍ଥ କ୍ଲବ ଘରେ ପୁରାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ପରିବାର ଲୋକେ ସେଠାରେ ପହଂଚିବା ପରେ ବିଶ୍ୱଭୂଷଣ କୁଆଡେ ଚାଲିଯାଇଥିବା ଲୋକେ କହିଥିଲେ।
ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ବିଶ୍ୱଭୂଷଣର ସନ୍ଧାନ ପାଇନଥିଲେ। ଆଜି ସକାଳୁ ନିକଟସ୍ଥ ବାଟିଜଙ୍ଗା ଲେଭଲ କ୍ରସିଂ ରେଳ ଧାରଣା କଡରେ ମୃତଦେହ ପଡିଥିବା ପରିବାର ଲୋକେ ଖବର ପାଇଥିଲେ। ସେଠାରୁ ତାକୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଭିଯୋଗ ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/dead-youth.jpg)