ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡ଼ିଆମି ଥାନା ଅନ୍ତର୍ଗତ ଚିିରମା ଗ୍ରାମରେ ପାରିବାରିକ କଳହରୁ ଜଣେ ଯୁବକ ସୈତାନ ସାଜି ନିଜ ପତ୍ନୀ ସହିତ ନିଜର ୪ ମାସର ଶିଶୁ କନ୍ୟାଙ୍କୁ ନିଆଁରେ ପୋଡ଼ି ହତ୍ୟା କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଚିରମା ଗାଁର ନୀଳାବତୀ ଭତ୍ରା(୨୨ ବର୍ଷ) ଓ ତାଙ୍କ ୪ ମାସର ଶିଶୁ କନ୍ୟାର ଦଗ୍ଧୀଭୁତ ମୃତଦେହ ଜବତ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଲୀଳାବତୀ ଓ ତାଙ୍କ ଶିଶୁକନ୍ୟାଙ୍କୁ କିରୋସିନି ଢ଼ାଳି ନିଆଁ ଲଗାଇ ଦିଆଯାଇଥିିବା ସନ୍ଦେହ କରାଯାଉଛି। ଏହି ଡବଲ ମର୍ଡର ପଛରେ ମୃତ ଲୀଳାବତୀଙ୍କ ସ୍ୱାମୀ ଟଙ୍କଧର ଭତ୍ରାଙ୍କର ହାତ ଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ପୁଲିସ ଅଭିଯୁକ୍ତ ସ୍ୱାମୀ ଟଙ୍କଧର ଭତ୍ରାଙ୍କୁ ଅଟକ ରଖି ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Nabarangapur_18.01.18.jpg)