ପତ୍ନୀ ଓ ୪ ମାସର ଶିଶୁ କନ୍ୟାକୁ ପୋଡି ହତ୍ୟା: ସ୍ୱାମୀ ଥାନାରେ ଅଟକ

0

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା କୋଡ଼ିଆମି ଥାନା ଅନ୍ତର୍ଗତ ଚିିରମା ଗ୍ରାମରେ ପାରିବାରିକ କଳହରୁ ଜଣେ ଯୁବକ ସୈତାନ ସାଜି ନିଜ ପତ୍ନୀ ସହିତ ନିଜର ୪ ମାସର ଶିଶୁ କନ୍ୟାଙ୍କୁ ନିଆଁରେ ପୋଡ଼ି ହତ୍ୟା କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଚିରମା ଗାଁର  ନୀଳାବତୀ ଭତ୍ରା(୨୨ ବର୍ଷ) ଓ ତାଙ୍କ ୪ ମାସର ଶିଶୁ କନ୍ୟାର  ଦଗ୍ଧୀଭୁତ ମୃତଦେହ ଜବତ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ  ଲୀଳାବତୀ ଓ ତାଙ୍କ ଶିଶୁକନ୍ୟାଙ୍କୁ କିରୋସିନି ଢ଼ାଳି ନିଆଁ ଲଗାଇ ଦିଆଯାଇଥିିବା  ସନ୍ଦେହ କରାଯାଉଛି। ଏହି ଡବଲ ମର୍ଡର ପଛରେ  ମୃତ ଲୀଳାବତୀଙ୍କ ସ୍ୱାମୀ  ଟଙ୍କଧର ଭତ୍ରାଙ୍କର ହାତ ଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ପୁଲିସ  ଅଭିଯୁକ୍ତ ସ୍ୱାମୀ ଟଙ୍କଧର ଭତ୍ରାଙ୍କୁ  ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.