ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦହିପୁର ପଞ୍ଚାୟତର ତାଳସିଠା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତି ପ୍ର୍ରାୟ ସାଢ଼େ ୧୨ଟା ବେଳେ ଘରେ ମାଆ ଝିଅ ଶୋଇଥିବା ବେଳେ ଅତି ରହସ୍ୟଜନକଭାବେ ଝିଅର ଗୋଡ଼ହାତ ବାନ୍ଧିି ପକାଇ ଦେବା ପରେ ମାଆକୁ ଝିଅ ଆଖି ସାମ୍ନାରେ ଏକ ଶିଳପୁଆରେ ଛେଚିି ହତ୍ୟା କରିଛି ଦୁର୍ବୃତ୍ତ। ତେବେ ଏହି ଘଟଣା ପରଠାରୁ ମୃତ ମହିଳାଙ୍କ ସ୍ୱାମୀଙ୍କର କୌଣସି ପତ୍ତା ମିଳୁ ନ ଥିବାରୁ ତାଙ୍କୁ ଅପହରଣ କିମ୍ବା ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ହତ୍ୟାାକାରୀ ସନ୍ଦେହରେ ମୃତ ମହିଳାଙ୍କର ଜଣେ ପଡୋଶୀଙ୍କୁ ଖୋଜୁଛି। ତେବେ ଏହି ରହସ୍ୟମୟ ହତ୍ୟାକାଣ୍ଡକୁ ୨ଟି ଫୋନ କଲ ଅଧିକ ରହସ୍ୟମୟ କରିଛି ବୋଲି ପୁଲିସ କହିଛି।ତେବେ ପରକୀୟ ପ୍ରୀତି ଯୋଗୁଁଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୁଲିସ ସନ୍ଦେହ କରୁଛି।
ଧାମନଗର ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ତାଳସଠା ଗ୍ରାମର ରବୀନ୍ଦ୍ର ବେହୁରିଆ ଜଣେ କାଠମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ଗତକାଲି ସେ କାଠ କାମ ପାଇଁ ବାହାରକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ରବୀନ୍ଦ୍ର ଫେରି ନ ଥିଲେ।ଘରେ ତାଙ୍କର ଯୁକ୍ତ ଦୁଇ ପଢ଼ୁଥିବା ୧୬ ବର୍ଷୀୟ ଝିଅ ଓ ପତ୍ନୀ ଭକ୍ତିଲତା(୪୦ ବର୍ଷ) ରୁହନ୍ତି। ପୁଲିସ ହେପାଜତରେ ଥିବା ରବୀନ୍ଦ୍ରଙ୍କ ନାବାଳିକା ଝିଅର କହିବା କଥା ହଉଛି ଗତକାଲି ରାତି ପ୍ରାୟ ୧୨ଟା ବେଳେ ବାପା ରବୀନ୍ଦ୍ରଙ୍କ ମୋବାଇଲ ଫୋନ୍ରୁୁ ଏକ ଫୋନ କଲ ଭକ୍ତିଲତାଙ୍କ ମୋବାଇଲକୁ ଆସିଥିଲା। ତାର କିଛି ସମୟ ପରେ ରବୀନ୍ଦ୍ରଙ୍କ ମୋଟରସାଇକେଲ ଆସି ଘର ଦୁଆର ମୂୁହଁରେ ରହିବା ଶବ୍ଦ ଶୁଣାଯିବା ସହିତ ପୁଣି ଥରେ ତାଙ୍କ ମୋବାଇଲରୁ ଫୋନ ଆସିଥିଲା। ରବୀନ୍ଦ୍ର ଆସିଲେ ବୋଲି ଭାବି ପତ୍ନୀ ଭକ୍ତିଲତା କବାଟ ଖୋଲି ଦେବାରୁ ସଙ୍ଗେସଙ୍ଗେ ଘର ଭିତରକୁ ପଶିଆସିଥଲେ ତାଙ୍କ ପଡୋଶୀ ଗୋପୀନାଥ ମହାନ୍ତି ଓରଫ ବାବୁଆ(୨୮ ବର୍ଷ)। ଘରେ ପଶିବା ସଙ୍ଗେ ସଙ୍ଗେ ବାବୁଆା ଭକ୍ତିଲତାଙ୍କ ଝିଅକୁ ବାନ୍ଧିି ପକାଇବା ସହିତ ଏକ ବାଡ଼ିରେ ଭକ୍ତିଲତାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଭକ୍ତିଲତା ପଡ଼ଯିବାରୁ ସେ ତାଙ୍କୁ ଘୋଷାଡିଘୋଷାଡ଼ି ନେଇ ନିକଟସ୍ଥ ଟ୍ୟୁବେଓ୍ଵଲ ପାଖକୁ ନେଇ ସେଠାରେ ଏକ ଶିଳପୁଆରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିିଲା। ପରେ ଏକ ବାଲିବସ୍ତା ଲଦି ସେଠାରୁ ଫେରାର ହୋଇ ଯାଇଥିଲା। ତେବେ ମାର ଏପରି ଅବସ୍ଥା ଦେଖି ଭକ୍ତିଲତାଙ୍କ ଝିଅ ବାହାରେ ରହୁଥିବା ତାଙ୍କ ଭାଇକୁ ଫୋନ କରି କାନ୍ଦି ଜଣାଉଥିବା ବେଳେ ଗୋପୀନାଥ ପୁଣି ଥରେ ଘରେ ପଶି ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲା। ତେବେ ଭକ୍ତିଲତାଙ୍କ ପୁଅ ତାଙ୍କ ସାନବାପାଙ୍କ ଘରକୁ ଏ ସମ୍ପର୍କରେ ଫୋନ କରି ଜଣାଇବାରୁ ସେମାନେ ଘଟଣାସ୍ଥଳକୁ ଦୌଡ଼ିଆସିଥିଲେ। ସେତେବେଳକୁ ଗୋପୀନାଥ ସେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ଭକ୍ତିଲତାଙ୍କୁ ଭଦ୍ରକ ଡାକ୍ତରଖାନା ଅଣାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିିଥିଲେ।ସାଇଣ୍ଟିଫିକ୍ ଟିମ୍ ସହିତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୋପୀନାଥ ଖୋର୍ଦ୍ଧାରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ଜଣାଯାଇଛି।
ଭଦ୍ରକ : ନାବାଳିକା ଝିଅର ହାତଗୋଡ଼ ବାନ୍ଧି ମାକୁ ହତ୍ୟା, ବାପାକୁ ଅପହରଣ
/sambad/media/post_attachments/wp-content/uploads/2018/07/Woman-Murdered-Dhamnagar_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)