ଘରୋଇ କଳି କାଳ ହେଲା; ଦିଅର ମାଡ଼ରେ ଭାଉଜ ମୃତ

ଯାଜପୁର: ପାରିବାରିକ ଗଣ୍ଡଗୋଳ ଓ କଳିକୁ କେନ୍ଦ୍ର ଦିଅର ଉତ୍ତ୍ୟକ୍ତ ହୋଇ ଭାଉଜକୁ ମାଡ଼ ମାରିଥିଲା। ଆଉ ଦିଅର ମାଡ଼ରେ ଭାଉଜର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇଁ ଯାଜପୁର ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଯାଜପୁର ଟାଉନ ଥାନା ଅଧିନ ମାର୍କଣ୍ଡପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଆଜି ମଧ୍ୟାହ୍ନରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର କେଳାସ ଜେନା ଓ ଭାଇ ଭାସ୍କର ଜେନାଙ୍କ ମଧ୍ୟରେ ଜମିଜମାକୁ ନେଇ ପୂର୍ବରୁ ପାରିବାରିକ ବିବାଦ ଲାଗି ରହିଥିଲା। ତେବେ ଗତକାଲି ଛୋଟ ପିଲାଙ୍କ ଦୋଳି ଖେଳକୁ ନେଇ କେଳାସଙ୍କ ପତ୍ନୀ ମାତାଜୀ(୪୬ ଏବଂ ଦିଅର ଭାସ୍କରଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା। ଏଥିରେ ଭାସ୍କର ନିଜ ଭାଉଜ ଉପରେ ରାଗି ଯାଇ ମାରି ଦେବାକୁ ଧମକ ଦେଇଥିଲା। ଆଜି (ବୁଧବାର)ମାତାଜୀଙ୍କ ସ୍ୱାମୀ କାମକୁ ଚାଲି ଯାଇଥିବା ବେଳେ ତାଙ୍କ ପୁଅ ଦୋକାନକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦିଅର ଭାସ୍କର ଭାଉଜ ପାଖରେ ପହଞ୍ଚି ଗଣ୍ଡଗୋଳ କରିବା ସହ ଗଣାଓଟରା କରିଥିଲା। ଏପରିକି ପାଖରେ ପଡିଥିବା ରଡରେ ଭାଉଜଙ୍କ ଛାତିକୁ ମାଡ ମାରିଥିଲା।

Woman hacked to death by brother-in-law at Odisha's Dhenkanal

ଏହି ମାଡ଼ରେ ଘଟଣାସ୍ଥଳେରେ ହିଁ ମାତାଜୀ ପଡିଯିବାରୁ ପଡିଶା ଲୋକ ପହଞ୍ଚି ଉଦ୍ଧାର କରିଥିଲେ। ସେହି ସମୟରେ ଦିଅର ଘଟଣାସ୍ଥଳ ଛାଡି ଚାଲି ଯାଇଥିଲା। ପରିବାର ଓ ଗ୍ରାମବାସୀ ମାତାଜୀଙ୍କୁ ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ଭି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରେ ଟାଉନ ପୁଲିସ ଖବର ପାଇ ଥାନାଧିକାରୀ ଆଶିଷ କୁମାର ସାହୁ ମେଡିକାଲରେ ପହଞ୍ଚି ମୃତ ଦେହକୁ ଡାକ୍ତରଙ୍କ ଉପସ୍ଥିତିରେ ଯାଞ୍ଚ କରିବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ମୃତକଙ୍କ ସ୍ୱାମୀ ଏନେଇ ଟାଉନ ଥାନାରେ ନିଜର ମଝିଆ ଭାଇ ଭାସ୍କର ଜେନା ବିରୁଦ୍ଧରେ ଅଭିଯୋଗ କରିବା ସହ ତାଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି। ଅନ୍ୟପଟେ ଥାନାଧିକାରୀ ମହିଳାଙ୍କ ଶରୀରରେ କୌଣସି କ୍ଷତ ହୋଇ ନଥିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ ଘଟଣା ଘଟିବାର କାରଣରୁ ଗୁମର ଖୋଲିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର