ବଲାଙ୍ଗୀର: ପତ୍ନୀଙ୍କୁ ହତ୍ୟା କରି ପତିଙ୍କ ଆତ୍ମହତ୍ୟା

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା କଲୋନୀ ପଡ଼ା ଗାଁର କୁପରଚନ୍ଦ ବଛା ଗତକାଲିି ରାତିରେ ତାଙ୍କ ପତ୍ନୀଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପତ୍ନୀଙ୍କୁ ହତ୍ୟା କରିସାରିବା ପରେ ମାନସିକ ଭାରସାମ୍ୟ ହରାଇ ଶ୍ରୀ ବଛା ନିଜବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଦୁଖଃଦ ଘଟଣା ସମ୍ପର୍କରେ ସୂଚନା ପାଇ ବଙ୍ଗୋମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କୌଣସି ଘରୋଇ କଥାକୁ ନେଇ କୁପରଚନ୍ଦ ବଛା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଏଥିରେ ଉତ୍‌କ୍ଷିପ୍ତ ହୋଇ ଶ୍ରୀ ବଛା ଘରେ ଥିବା ଏକ ଟାଙ୍ଗିଆରେ ପତ୍ନୀଙ୍କୁ ଏକ ଚୋଟ ମାରଥିଲେ। ଫଳରେ ଘଟଣାସ୍ଥଳରେ ହିଁ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ପତ୍ନୀ ମରିଯିବା ଜାଣିବା ପରେ ସେହି ଘରେ ଶ୍ରୀ ବଛା ଏକ ଶାଢ଼ୀରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର