ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟ ସୁନ୍ଦର ପୁର ଗାଁରେ ପବିତ୍ର ଦଶହରାରେ ଘଟିଲା ଅଘଟଣ। ରାଜୁ ଦାଶ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଏକ ପରିବାରର ତିନି ଜଣଙ୍କୁ ଆକ୍ରମଣ କରିଛି। ଭୁଜାଲି ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ସ୍ତ୍ରୀ ଓ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ହେଲେ ଅକ୍ଷୟ ଦାଶ। ଆହତ ମହିଳା ହେଲେ ଅକ୍ଷୟଙ୍କ ସ୍ତ୍ରୀ କନକ ଲତା ଦାସ ଓ ପୁଅ ଦୀପକ ଦାସ। ତେବେ ଆକ୍ରମଣ ପରେ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି।
ସୂଚନା ଅନୁସାରେ ପାଟସୁନ୍ଦର ଗାଁର ରାଜୁ ଦାଶ ନାମକ ଜଣେ ବ୍ୟକ୍ତି ଅକ୍ଷୟ ଆଜି ମଧ୍ୟାହ୍ନ ସମୟରେ ଦାସଙ୍କ ଛେଳିକୁ ବାଇକ୍ରେ ଧକ୍କା ଦେଇଥିଲା। ଏହାକୁ ନେଇ ରାଜୁ ଓ ଅକ୍ଷୟଙ୍କ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା ଭୁଲ କରିଥିବା ତଥା ଗାଡି ଧକ୍କା କରିଥିବା ରାଜୁ ଦାସ ହଠାତ୍ ଠେଙ୍ଗାବାଡି ଆଣି ଅକ୍ଷୟଙ୍କ ପରିବାରକୁ ରାସ୍ତା ଉପରେ ଆକ୍ରମଣ କରିଥିଲା। ସେଥିରେ ମନ ବୁଝିଲାନି ବୋଲି ଏକ ଭୁଜାଲି ଆଣି ଆକ୍ରମଣ କରିଥିଲା।
/sambad/media/post_attachments/wp-content/uploads/2021/10/a5792157-d010-40ac-8310-4597f6ed0510-1024x579.jpg)
ଭୁଜାଲି ଆକ୍ରମଣରେ ଅକ୍ଷୟ ଦାସଙ୍କର ଅନ୍ତବୁଜୁଳା ବାହାରିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେହି ସେତେବେଳକୁ ଅକ୍ଷୟଙ୍କର ଅବସ୍ଥା ସଂକଟାପନ୍ନ ହୋଇସାରିଥିଲା। ଡାକ୍ତର ସୂର୍ଯ୍ୟକାନ୍ତ ସାମାନ୍ତରାୟ ଅକ୍ଷୟଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ ଆକ୍ରମଣ ବେଳେ ମୃତ ଅକ୍ଷୟ ଦାଶଙ୍କ ସ୍ତ୍ରୀ କନକ ଲତା ଦାସ ଓ ପୁଅ ଦୀପକ ଦାସ ମଧ୍ୟ ଆହତ ହୋଇ ମେଡିକାଲରେ ଚିକିତ୍ସା ହେବା ଓ ମୃତକଙ୍କ ନିକଟରେ କାନ୍ଦବୋବାଳି ପକାଇବାରେ ମେଡିକାଲ ପରିସର ଏକ ଶୋକାକୂଳ ପରିବେଶ ସୃଷ୍ଟିହୋଇଥିଲା। ଘଟଣାରେ ଅସ୍ତରଙ୍ଗ ପୁଲିସ୍ ମୃତଦେହ ଜବତ କରି ଶବ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଡିଏସ୍ପି ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ପୁଲିସ ଟିମ ଘଟଣାର ତଦନ୍ ପ୍ରକ୍ରିୟା ଜାରି ରଖିଛିି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/87dca157-65fa-4b3a-b3e6-95aa246a971c.jpg)