ରାଉରକେଲା: ପ୍ରେମିକା ଗାଁରେ ପ୍ରେମିକକୁ ପଥରରେ ଛେଚି ହତ୍ୟା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଠାରେ ଏକ ଅଭବନୀୟ ଘଟଣା ଘଟିଛି। ପ୍ରେମିକାର ବିଭାଘର ଦିନ ତାଙ୍କ ଗାଁରେ ପହଞ୍ଚି ପାଟିତୁଣ୍ଡ କରୁଥିବା ଜଣେ ପ୍ରେମିକଙ୍କୁ ପ୍ରେମିକାଙ୍କ ସମ୍ପର୍କୀୟମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁଆାଁରମୁଣ୍ଡା ଫାଣ୍ଡିି ଅନ୍ତର୍ଗତ ଗୁନିଗୁନି ଗ୍ରାମର ଆଲବତ ଏକ୍କା (୨୨ ବର୍ଷ) ନାମକ ଜଣେ ଯୁବକ ଗ୍ରାମ ନିକଟସ୍ଥ ଜଗଦିଶପୁର ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏପରିକି ଗତ ୮ ଦିନ ତଳେ ଶ୍ରୀ ଏକ୍କା ସମ୍ପୃକ୍ତ ଯୁବତୀଙ୍କ ଘରେ ପହଞ୍ଚିି ‘ତାଙ୍କୁ ସେ ଭଳ ପାଆନ୍ତି ଓ ବିବାହ କରିବାକୁ ଚାହାଁନ୍ତି’ବୋଲି କହିଥିଲେ। ମାତ୍ର ଏହାକୁ ଯୁବତୀଙ୍କ ପରିବାର ଗ୍ରହଣ କରି ନ ଥିଲେ ଓ ଯୁବତୀଙ୍କର ଅନ୍ୟତ୍ର ବିବାହ ସ୍ଥିର କରିଥିିଲେ।
ଗତକାଲି ଥିବା ଶ୍ରୀ ଏକ୍କା ଭଲ ପାଉଥିବା ଯୁବତୀଙ୍କ ବିବାହ। ଗତକାଲି ରାତିରେ ବିବାହ ଉତ୍ସବ ଚାଲିଥିବା ବେଳେ ଶ୍ରୀ ଏକ୍କା ଜଗଦୀଶପୁର ଗାଁରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଫଳରେଏହାକ୍‌ୁ ନେଇ ବିବାହ ଉତ୍ସବରେ ଅଶାନ୍ତି ଖେଳି ଯାଇଥିଲା। ତେଣୁ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକ ଓ ଶ୍ରୀ ଏକ୍କାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବତୀଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ କେହି ଜଣେଏକ ପଥରରେ ଶ୍ରୀ ଏକ୍କାଙ୍କ ମୁଣ୍ଡକୁ ଛେଚି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିିଥିଲା।

ସମ୍ବନ୍ଧିତ ଖବର