କେନ୍ଦୁଝର: ପଥରରେ ଛେଚି ଯୁବକଙ୍କୁ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଦ୍ରୁପଦା ଗାଁ ନିକଟସ୍ଥ ଚେକ ଡ୍ୟାମ୍‌ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି। ଯୁବକଙ୍କ ମୁହଁକ ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।। ସମ୍ପୂର୍ଣ୍ଣ ଉଳଗ୍ନ ଅବସ୍ଥାରେ ପାଣିରେ ମୃତ ଦେହ ଭାସୁଥିବା ବେଳେ ଚେକ୍‌୍‌ ଡ୍ୟାମ୍‌ ନିକଟରେ ଯୁବକଙ୍କ ଚିରି ଯାଇଥିବା ପ୍ୟାଣ୍ଟ ସାର୍ଟ ପଡ଼ିଛି। ମୃତ ଯୁବକ ଜଣକ ହେଉଛନ୍ତି ଖୁଣ୍ଟାପଡ଼ା ବଣିଆପାଟ ଗ୍ରାମର ଘନ ହେମ୍ବ୍ରମ।
ଘଟଣାସ୍ଥଳର ପାରିପାର୍ଶ୍ୱିକ ଅବସ୍ଥା ସୂଚନା ଦେଉଛି ଯେ ହତ୍ୟା ପୂର୍ବରୁ ମୃତ ଯୁବକ ଓ ହତ୍ୟାକାରୀଙ୍କ ମଧ୍ୟରେ ଟଣା ଓଟରା ଲାଗିଛି ଓ ଏହି ଟଣା ଓଟରାରେ ଯୁବକଙ୍କ ସାର୍ଟ ପ୍ୟାଣ୍ଟ ଚିରି ଯାଇଛି।
ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର