ଅନୁଗୁଳ: ପୂର୍ବ ଶତ୍ରୁତାରୁ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଳଗାଁରେ ପୂର୍ବ ଶତ୍ରୁତାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ଛବି ପ୍ରଧାନ( ୪୮ ବର୍ଷ) ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛନ୍ତି। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
ମିଳିଥିବା ଖବରରୁ ପ୍ରକାଶ ଯେ, ବନ୍ତଳା ଥାନା ଖାଲଗାଁର ଛବି ପ୍ରଧାନ(୪୮ ବର୍ଷ) ଜଣେ ଡ୍ରାଇଭର ଭାବେ କାର୍ଯ୍ୟ
କରନ୍ତି । ଶ୍ରୀ ପ୍ରଧାନଙ୍କର ସେହି ଗ୍ରାମର ନନ୍ଦ କିଶୋର ସାହୁଙ୍କ ସହିତ ଦୀର୍ଘ ଦିନ ହେଳା ବିବାଦ ଲାଗି ରହିଥିଲା। ଆଜି ସକାଳେ ନିକଟସ୍ଥ ନଡ଼ିଆସାହି ଛକକୁ ଶ୍ରୀ ପ୍ରଧାନ ଜଳଖିଆ ଖାଇବା ପାଇଁ ଆସିଥିବା ବେଳେ ସେଠାରେ ଥିବା ନନ୍ଦକିଶୋର ସାହୁଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶ୍ରୀ ସାହୁ ଏକ ଠେଙ୍ଗାରେ ଶ୍ରୀ ପ୍ରଧାନଙ୍କୁ ପିଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ତେବେ ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଶ୍ରୀ ସାହୁ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର