ବାହନଗା: ପତ୍ନୀକୁ ହତ୍ୟା କରି ମୃତଦେହ ନିକଟରେ ଫାଶୀ ଲଗାଇ ଝୁଲିପଡ଼ିଲେ ସ୍ୱାମୀ

ବାହାନଗା : ବାଲେଶ୍ୱର ଜିଲ୍ଲା ବାହାନଗା ଥାନା ଅନ୍ତର୍ଗତ ବରିପଦା ପଞ୍ଚାୟତର ମାଝି ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହରୁ ଜଣେ ସ୍ୱାମୀ ନିଜ ୫ ବର୍ଷର ଝିଅ ଆଗରେ ନିଜ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଛି। ପତ୍ନୀଙ୍କୁ ହତ୍ୟା କରିବା ପରେ ଏ ସମ୍ପର୍କରେ ନିଜ ଶ୍ୱଶୁର ଘରକୁ ଜଣାଇବା ସହିତ ନିଜେ ବେକରେ ଫାଶୀ ଲଗାଇ ସ୍ତ୍ରୀଙ୍କ ମୃତଦେହ ନିକଟରେ ଆତ୍ମହତ୍ୟା କରିଛନ୍ତି। ଏ ସମ୍ପର୍କରେ ବାହାନଗା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣସ୍ଥଳରେ ପହଞ୍ଚି ନାହିଁ। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ମାଝି ସାହି ଗ୍ରାମର ବୁଦ୍ଧିରାମ ମାଝି (୩୨ ବର୍ଷ) ଓ ଟିକି ମାଝି (୨୮ ବର୍ଷ)ଙ୍କର ଗତ ୬ ବର୍ଷ ତଳେ ବିବାହ ହୋଇଥିଲା। ସେମାନଙ୍କର ଏକ ୫ ବର୍ଷର ଝିଅ ଅଛି। ବିଭିନ୍ନ କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ। ଗତକାଲି ରାତି ପ୍ରାୟ ୮ଟା ବେଳେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ବୁଦ୍ଧିରାମ ଏକ ବାଡ଼ିରେ ପତ୍ନୀ ଟିକିଙ୍କୁ ନିର୍ଦ୍ଧୁମ ପିଟିଥିଲେ। ଏପରିକି ବୁଦ୍ଧିରାମଙ୍କ ମାଡ଼ରେ ଟିକି ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଯିବା ପରେ ତାଙ୍କ ଚିନ୍ତା ପଶିଥିଲା। ପତ୍ନୀ ବଞ୍ଚିଥିବେ ଭାବି ବୁଦ୍ଧିରାମ ତାଙ୍କୁ ଆଣି ପାଣି ବୋତଲ ଦେଇଥିଲେ। ମାତ୍ର ସେତେବେଳକୁ ଟିକିଙ୍କର ମୃତ୍ୟୁ ଘଟି ସାରିଥିଲା। ଟିକି ମରିଯିବା ପରେ ଅତ୍ୟଧିକ ଭୟଭିତ ହୋଇଯାଇଥିବା ବୁଦ୍ଧିିରାମ ଏ ସମ୍ପର୍କରେ ନିଜ ଶାଶୁଙ୍କ ସହିତ ଫୋନରେ କଥା ହୋଇ ସେ ପିଟିପିଟଠି ଟିକିଙ୍କୁମାିଦେଇଥିବା କଥା ସ୍ୱୀକାର କରିଥିଲେ। ଏପରିକି ତାଙ୍କ ୫ ବର୍ଷର ଝିଅ ମଧ୍ୟ ତା ଆଈ ସହିତ କଥା ହୋଇ ମାଆ ମରିଯାଇଥିବା କହିଥିଲା। ଏହା ଶୁଣି ବୁଦ୍ଧିରାମଙ୍କ ଶାଶୁ ସେମାନେ ଘଟଣାସ୍ଥଳରେ ପହଞ୍ଚୁଛନ୍ତି ବୋଲି କହି ମାଝିସାହିକୁ ଆସିଥିଲେ। ମାତ୍ର ସେମାନେ ଆସି ଘର ଦୁଆର ମୁହଁରେ ପହଞ୍ଚିବା ପରେ ଘର ଭିତରେ ଥିବା ନିଜ କୁନି ଝିଅକୁ ବାହାରକୁ ବାହାର କରି ଦେଇ ପତ୍ନୀଙ୍କ ମୃତଦେହ ନିକଟରେ ବେକରେ ଏକ ପ୍ଲାଷ୍ଟିକ ଦୌଡ଼ିରେ ଫାଶୀ ଲଗାଇ ଝୁଲି ପଡ଼ିଥିଲେ।

ଘର ଭିତରେ ଝିଅର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଓ ତାଙ୍କ ନିକଟରେ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଦେଖି ବୁଦ୍ଧିରାମଙ୍କ ଶାଶୁଘର ଲୋକେ ପୁଲିସକୁ ଖବର ଦେଇଛନ୍ତି।

ସମ୍ବନ୍ଧିତ ଖବର