ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିବା ସହ ଜଙ୍ଗଲରେ ଫିଙ୍ଗିଲା ସ୍ୱାମୀ

ବାରିପଦା : ଘରୋଇ କଳହକୁ ନେଇ ସ୍ତ୍ରୀକୁ ହତ୍ୟା ଓ ପରେ ଜଙ୍ଗଲରେ ନେଇ ଫିଙ୍ଗିଦେବା ଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରେ । ଘଟଣାର ସୂଚନା ପାଇ ପୁଲିସ ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

Related image
daily-sun.com

ସୂଚନା ମୁତାବକ, ଜେନା ଭକ୍ତ ଓ ତାଙ୍କ ପତ୍ନୀ ଗୋଲାପି ଭକ୍ତ ପରିବାରର କୌଣସି ସମସ୍ୟାକୁ ନେଇ ଗତ ରାତିରେ ଝଗଡ଼ା କରିଥିଲେ । ଝଗଡ଼ା ଏତେ ବଢ଼ିଗଲା ଯେ, ଜେନା ଗୋଲାପିକୁ କାଠ ଫାଳିଆରେ ହତ୍ୟା କରିବା ସହ ଜଙ୍ଗଲରେ ନେଇ ଫିଙ୍ଗି ଦେଇଥିଲା । କେହି ଯେମିତି ନ ଜାଣି ପାରିବେ, ସେ ନେଇ ମୃତଦେହ ଉପରେ ପତ୍ର ପକାଇ ଦେଇଥିଲେ । ତେବେ ପରଦିନ ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ସଂପର୍କ କରିଥିଲେ ।

ସମ୍ବନ୍ଧିତ ଖବର