ପାରଳାଖେମୁଣ୍ତି: ପାରିବାରିକ କଳହ ନେଇ ଆଜି ଏକ ପରିବାରରେ ଅଭାବନୀୟ ପରିସ୍ଥିତି ଦେଖାଯାଇଛି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବାଇଝଲ ପଞ୍ଚାୟତ କୁଡିଙ୍ଗଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘୋରଇ ଗଣ୍ତୋଗଳରେ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଚମ୍ପଟ ମାରିଛି ସ୍ବାମୀ।
ସେରଙ୍ଗା ଥାନା ଅଧିକାରୀ ଅଶୋକ କୁମାର ହା˚ସଦା ଦେଇଥିବା ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ କୁଡିଙ୍ଗଡା ଗ୍ରାମର ଇଲାମ ଦଳବେହେରା (୬୦) ଏବ˚ ତାଙ୍କ ସ୍ତ୍ରୀ ବୁଢୀ ଦଳବେହେରା ପିଲାକୁ ଡାକ୍ତର ଖାନାକୁ ନେବାକୁ ନେଇ ଯୁକ୍ତିତର୍କ ହୋଇଥିଲେ ଏବ˚ ଏହି କଥାରେ ଉତ୍ୟକ୍ତ ଥିବା ସ୍ବାମୀ କଥା କଟାକଟି ସମୟରେ ଏକ ଟାଙ୍ଗି ସାହାଯ୍ୟରେ ନିଜ ସ୍ତ୍ରୀ ଉପରକୁ ଆକ୍ରମଣ କରିବା ସହ ତାର ବେଲକୁ ହାଣି ଦେଇଥିଲା।
ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଦେଖି ସେଠାରୁ ଜଙ୍ଗଲ ମଧ୍ୟକୁ ଚମ୍ପଟ ମାରିଥିଲା ସ୍ବାମୀ। ଖବର ଜାଣିବାପରେ ଗ୍ରାମାବାସୀ ପୁଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ତି ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଅଶୋକ ହା˚ସଦା।