ଜୟପୁର: ୨୦୧୪ମସିହାରେ ପ୍ରଥମ କରି ଷ୍ଟଲ ଖଣ୍ଡିକ ପାଇଁ ଜୟପୁର ପୌରପାଳିକା ନିକଟରେ ଆବେଦନ କରିଥିଲି। ଗତ ୧୦ବର୍ଷ ମଧ୍ୟରେ ୪ଥର ଅଭିଯୋଗ ଶୁଣାଣିକୁ ଆସି ଜଣାଇବା ସହ ପୌରପାଳିକା କାର୍ଯ୍ୟାଳୟକୁ ଦଉଡି ଦଉଡ଼ି ନୟାନ୍ତ ହୋଇପଡ଼ିଲିଣି। ତଥାଫି ମୋ ଭଳି ଭିନ୍ନକ୍ଷମଙ୍କୁ ସହଯୋଗର ହାତ ବଢ଼ାଇବାକୁ ପୌରପ୍ରଶାସନ କାହିଁକି ଇଛା ପ୍ରକାଶ କରୁନି ବୋଲି କହିଛନ୍ତି ପି. ଅଶୋକ କୁମାର। ବାପାଙ୍କର ୧୯୯୫ମସିହାରେ ମୃତ୍ୟୁ ପରେ ନଡ଼ିଆବାଡ଼ ସାହିର ଅଶୋକଙ୍କର ଜୀବନସଂଘର୍ଷ ଆରମ୍ଭ ହୋଇଯାଇଛି। ଭାଇ ପି. ରାଜକୁମାର ଟ୍ୟୁସନ୍ ପଢ଼ାଇ ଯାହା କିଛି ଆୟ କରି ଆଣୁଛନ୍ତି ଏଥିରେ ସେ, ମାଆଙ୍କୁ ନେଇ ବହୁ କଷ୍ଠମଷ୍ଟେ ଚଳୁଥିବା କହିଛନ୍ତି ଅଶୋକ। ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ସରକାରଙ୍କ ଲକ୍ଷ୍ୟ ବୋଲି କହିବା ସହ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ତାଙ୍କ କ୍ଷେତ୍ରରେ ତାହା ବ୍ୟାତିକ୍ରମ ହେବା ପରିଲକ୍ଷିତ ହୋଇଛି ବୋଲି କହିଛନ୍ତି ଅଶୋକ।
ବାରମ୍ବାର ଆବେଦନକରି ନିରାଶ ହେବା ପରେ ସୋମବାର ସୋମବାରଖମ ଶେଷ ପ୍ରୟାସ କରିବାକୁ ଆସିଥିବା କହିଛନ୍ତି ଅଶୋକ। ନିଜ ଗୋଡ଼ରେ ନିଜେ ଠିଆ ହୋଇ କିଛି ଗୋଟାଏ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ପୌରପାଳିକା ପକ୍ଷରୁ ଷ୍ଟଲ ଖଣ୍ଡିକ ତାଙ୍କୁ ଯୋଗାଇ ଦେଲେ ସେ ସରକାରୀ ସହଯୋଗରେ କିଛି ଗୋଟାଏ ବ୍ୟବସାୟ କରି ନିଜେ ଆତ୍ମନିର୍ଭରଶୀଳ ହୋଇ ପରିବାରର ପ୍ରତିପୋଷଣ କରି ପାରିବେ ବୋଲି କହିଛନ୍ତି। ଅଶୋକଙ୍କ ସମସ୍ୟା ସମାଧାନ ଦିଗରେ ପ୍ରୟାସ କରାଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।