ଟାଣି ନେଲା କୁମ୍ଭୀର, ସଂଘର୍ଷ କରି ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ଗାଈଚରାଳୀ, ଡାକ୍ତରଖାନାରେ ଭର୍ତ୍ତି

କେନ୍ଦ୍ରାପଡ଼ା: ଗାଈ ଚରାଇବାକୁ ଯାଇଥିବା ଜଣେ ଯୁବକଙ୍କୁ ରବିବାର କୁମ୍ଭୀର ଟାଣି ନେଇଛି। ଉପସ୍ଥିତ ବୁଦ୍ଧି ଲଗାଇ ଯୁବକ ଜଣକ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ସେ କୌଶଳକ୍ରମେ କୁମ୍ଭୀର ପାଖରୁ ଖସି ଆସିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ବିରୂପା ନଦୀ କୂଳରେ ଇନ୍ଦୁପୁର ଯୁବକ ସର୍ବେଶ୍ୱର ଜେନା ଗାଈ ଚରାଉଥିଲେ। ଏହି ସମୟରେ ନଦୀ ପଠାରେ ଶୋଇଥିବା ଏକ କୁମ୍ଭୀର ଆସି ସର୍ବେଶ୍ୱରଙ୍କୁ ଅଚାନକ ଆକ୍ରମଣ କରିଥିଲା। କୁମ୍ଭୀର ଆକ୍ରମଣ କରିବା ପରେ ସର୍ବେଶ୍ୱର ଜୋର୍‌ରେ ଚିତ୍କାର କରିଥିଲେ। ସର୍ବେଶ୍ୱରଙ୍କ ପାଟି ଶୁଣି ଗାଁ ଆଖପାଖ ଅଞ୍ଚଳରେ ଥିବା ଲୋକେ ଦୌଡ଼ି ଆସିଥିଲେ।

ସର୍ବେଶ୍ୱରଙ୍କୁ ଗାଁ ଲୋକେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ସର୍ବେଶ୍ୱରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ସର୍ବେଶ୍ୱରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

ସମ୍ବନ୍ଧିତ ଖବର