ରାୟଗଡ଼ା: ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଦୁଇ ପାପୁଲି ହରାଇଲେ ଯୁବକ

ରାୟଗଡ଼ା: ଆଜି ସକାଳେ ଦୀପାବଳି ପାଇଁ ବାଣଭିଡ଼ୁଥିବା ବେଳେ ହଠାତ ବିସ୍ଫୋରଣ ଘଟିବାରୁ ରାୟଗଡ଼ା ଥାନା ରାଣୀଗୁଡ଼ା ଫାର୍ମ ଅଞ୍ଚଳର ଲାଲା ବେହେରା(୪୫ ବର୍ଷ) ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଶ୍ରୀ ବେହେରାଙ୍କ ଦୁଇ ହାତର ପାପୁଲି ଏହି ବିସ୍ଫୋରଣରେ ସମ୍ପୂର୍ଣ୍ଣ ଛିଡ଼ିଯାଇଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଶ୍ରୀ ବେହେରାଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର