ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଜିଲୁଣ୍ଡି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶଳା-ଭିଣୋଇ ଗଣ୍ଡଗୋଳ ସୁତ୍ରପାତ ହୋଇଛି। ଶଳାର ଆକ୍ରମଣରେ ଭିଣୋଇ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏନେଇ ଉଭୟ ପକ୍ଷରୁ ୨ଟି ପୃଥକ ମାମାଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଜିଲୁଣ୍ଡି ଗ୍ରାମର ରମେଶ ପାତ୍ର ଗତକାଲି ଘରେ ଥିବା ବେଳେ ସେହି ଗ୍ରାମରେ ରହୁଥିବା ତାଙ୍କ ଶଳା ପ୍ରକାଶ ପାତ୍ର ଗାଳି ଗୁଲଜ କରିବା ସହ ଏକ କାତିରେ ଆଣି ତାକୁ ଆକ୍ରମଣ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏଥିରେ ରମେଶର ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଅଭିଯୋଗ ଅନୁଯାୟୀ ପୁଲିସ୍‌ ଏକ ମାମଲା ରୁଜୁ କରିଛି।

Advertisment

ଅନ୍ୟପକ୍ଷରେ ଅଭିଯୁକ୍ତ ପ୍ରକାଶର ପତ୍ନୀ ଲକ୍ଷ୍ମୀ ପାତ୍ର ରମେଶ ତାଙ୍କ ଘର ନିକଟକୁ ଆସି ଗାଳି ଗୁଲଜ କରିବା ସହ ଟଣା ଓଟରା କରି ଆକ୍ରମଣ କରିଥିବା ଏତଲା ଦେଇଛନ୍ତି। ପୁଲିସ୍‌ କେସ୍‌ ନମ୍ବର‌ ୫୧୭ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଆକ୍ରମଣ କରିବା ପରେ ପ୍ରକାଶ ଘଟଣାସ୍ଥଳରୁ ଫେରାର ରହିଥିବା ଜଣାପଡିଛି।