ଖୋର୍ଦ୍ଧା: ଗତକାଲି ରାତିରେ ଦୁର୍ଘଟଣାଗ୍ରସ୍ତ ଏକ ଟ୍ରକକୁ ଡକାୟତି କରିବାକୁ ଯାଇଥିିବା ବେଳେ ହଠାତ ନିଜ ଗ୍ୟାଙ୍ଗର ଜଣଙ୍କ ଗୁଳିମାଡ଼ରେ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଆହତ ହୋଇଛନ୍ତି। ଆହତ ଅଭିଯୁକ୍ତଙ୍କୁ ଉଦ୍ଧାର କରି ପୁଲିସ ଡାକ୍ତରକାନାରେ ଭର୍ତ୍ତି କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ନିକଟରେ ଏକ ଟ୍ରକ ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡ଼ରେ ଅଟକି ରହିଥଲା। ଏହି ଟ୍ରକ୍ଟିରୁ ଡକାୟତି କରିବା ପାଇଁ କେତେକ ଦୁର୍ବୃତ୍ତ ବିଳମ୍ବିତ ରାତିରେ ସେଠାରେ ପହଞ୍ଚିଥିଲେ। ତେବେ ଡକାୟତି କରିବା ପୂର୍ବରୁ ଅସାବଧାନତାବଶତଃ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣକ ହାତରେ ଥିବା ଏକ ବନ୍ଧୁକ ଫୁଟି ଯାଇଥିିଲା। ଗୁଳିଟି ଯାଇ ସିଧାସଳକ ଗ୍ୟାଙ୍ଗର ଅନ୍ୟତମ ସଦସ୍ୟଙ୍କ ଦେହରେ ବାଜିଥିଲା। ଏହି ଘଟଣାପରେ ଅନ୍ୟ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମାତ୍ର ସେଠାରେ ଗୁଳିମାଡ଼ରେ ଆହତ ଦୁର୍ବୃତ୍ତ ଜଣକ ପଡ଼ି ରହିଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତ ଯୁବକଙ୍କ ନାମ ସୁମିତ ବଡ଼ଜେନା ଓ ତାଙ୍କ ଘର ବେଗୁନିଆ ଥାନା ଅଞ୍ଚଳରେ ବୋଲି ପୁଲିସ କହିଛି।
ଖୋର୍ଦ୍ଧା: ଡକାୟତି ଉଦ୍ୟମ ବେଳେ ଗୁଳି ଫୁଟି ଗ୍ୟାଙ୍ଗର ଜଣେ ଗୁରୁତର
/sambad/media/post_attachments/wp-content/uploads/2018/01/khordha-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)