ମାଲକାନଗିରି: ମାଓବାଦୀଙ୍କ ଗୁଳିରେ ଯୁବକ ଗୁରୁତର

ମାଲକାନଗିରି: ମାଲକାନଗିରି ପଡ଼ିଆ ଥାନା ଅନ୍ତର୍ଗତ ଶିଳାକୋଟା ଗାଁର ମାଙ୍ଗୁଦୁ ଓ୍ଵାଞ୍ଜାମୀ (୪୫ ବର୍ଷ)ମାଓବାଦୀଙ୍କ ଗୁଳିରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲିି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ମାଓବାଦୀଙ୍କ ଏକ ୮ ଜଣିଆ ଦଳ ଗାଁର ପହଞ୍ଚିବା ସହିତ ଏକ ୯ ଏମଏମ ପିସ୍ତଲରୁ ମାଙ୍ଗୁଦୁଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ମାଙ୍ଗୁଦୁଙ୍କ ଜଙ୍ଘରେ ବାଜି ତଳିପେଟରେ ଫୁଟିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପଡ଼ିଆ ଡାକ୍ତରଖାନାରୋ ଗ୍ରାମାବସୀମାନେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଅଫୁଟା ଗୁଳି, ଗୋଟିଏ ଖୋକା, ଟର୍ଚ ଲାଇଟ ପ୍ରମୁଖ ଉଦ୍ଧାର କରି ଗ୍ରାମବାସୀ ପୁଲିସକୁ ହସ୍ତାନ୍ତର କରିଛନ୍ତି। ପରେ ମାଓବାଦୀମାନେ ମେଟାଗୁଡ଼ା ରାମଗୁଡ଼ା ଆଡେ ପଳାଇ ଯାଇଥିିବା ଗ୍ରାମବାସୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର