ବାଲିଗୁଡ଼ା: ସମ୍ପର୍କୀୟ ଭାଇ ଗୁଳିରେ ଯୁବକ ମୃତ

ବାଲିଗୁଡ଼ା:  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା  ବ୍ଲକ୍‌ ଅନ୍ତର୍ଗତ ପରପାଙ୍ଗା ପଞ୍ଚାୟତର କମାରିଗାଁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ଜମିବାଡ଼ି ବିବାଦକୁ  କେନ୍ଦ୍ର କରି ଜଣେ ଯୁବକ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଯୁବକଙ୍କ ଗୁଳିମାଡ଼ରେ ତାଙ୍କର ଆଉ ଜଣେ ସମ୍ପର୍କୀୟ ଭାଇ ଗୁରୁତର ଭାବେ ଆହତ ହୋଇ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା  ବ୍ଲକ୍‌ ଅନ୍ତର୍ଗତ ପରପାଙ୍ଗା ପଞ୍ଚାୟତର କମାରିଗାଁ ଗ୍ରାମର ରାମଚନ୍ଦ୍ର ପଧାନୀ(୪୩ ବର୍ଷ)ଙ୍କର  ତାଙ୍କ ସମ୍ପର୍କୀୟ ଭାଇ ଗୋବିନ୍ଦ ଦଣ୍ଡସେନାଙ୍କ ସହିତ ଜମିବାଡ଼ି ମାମଲାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଗତକାଲି  କୋହଲା ପାଗ ସାଙ୍ଗକୁ ବର୍ଷା ହେଉଥିବା ବେଳେ ରାମଚନ୍ଦ୍ର ସେହି ବାବାଦୀୟ ଜମି ପାଖକୁ ତାଙ୍କ ଭାଇ ନିଧି ପଧାନୀଙ୍କ ସହିତ ଯାଇଥିଲେ। ଏହି ସମୟରେ  ଗୋବିନ୍ଦ ଦଣ୍ଡସେନା ଏକ ଦେଶୀ ବନ୍ଧୁକରେ  ରାମଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ। ଗୁଳିଟି ରାମଚନ୍ଦ୍ରଙ୍କ  ପିଠିରେ ବାଜିିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ସେହିପରି ଦଣ୍ଡସେନାଙ୍କ ଗୁଳିରେ ନିଧି ପଧାନୀ ମଧ୍ୟ ଆହତ ହୋଇଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ  ନିଧିଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର