ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଥାନା ଅନ୍ତର୍ଗତ ବୃନ୍ଦାମାଲ ଷ୍ଟେସନପଡ଼ାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଫେସ୍‌ବୁକ ଲାଇଭ୍‌ କରି ଜଣେ ଯୁବକ ଫ୍ୟାନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ବିନୋଦ ସିଂଙ୍କ ପୁଅ ଅଟଳ (୨୪ବର୍ଷ)। ସୂଚନା ପାଇ ବଡ଼ମାଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Advertisment

ତେବେ ଖବର ଲେଖାହେବା ଯାଏ ଅଟଳଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁସାରେ, ଅଟଳ ଭୂଷଣ କମ୍ପାନିରେ ଡ୍ରାଇଭର ଭାବରେ କାମ କରୁଥିଲେ। ଶୁକ୍ରବାର ରାତିରେ ସେ ନିଜ ରୁମ୍‌ରେ ଶୋଇଥିବା ବେଳେ ପରିବାର ଲୋକେ ଅନ୍ୟ ଏକ ରୁମକୁ ଶୋଇବାକୁ ଯାଇଥିଲେ। ଏହି ସମୟରେ ଅଟଳ ଏକ ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ ତିଆରି କରି ନିଜ ଫେସ୍‌ବୁକ ଲାଇଭର ଲିଙ୍କ୍ ଦେଇ ଦେଖିବାକୁ ଅନୁରୋଧ କରିଥିଲେ। ଏହାପରେ ଅଟଳ ‘ବାବା ଜୀ’ ନାମରେ ଏକ ଫେସବୁକ ଆଇଡିରୁ ଲାଇଭ୍ କରି ଝୁଲି ପଡ଼ିଥିଲେ।