ବ୍ରାହ୍ମଣୀ ପୋଲରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା : ବଣାଇଁ ବ୍ଲକ ଅନ୍ତର୍ଗତ ଜାଗଂଳା ବ୍ରାହ୍ମଣୀ ନଦୀ ପୋଲରୁ ଜଣେ ଯୁବକ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଶ୍ରୀକାନ୍ତ ମୁଣ୍ଡା(୨୭) ନାମକ ଜଣେ ଯୁବକ କେ ବଲାଙ୍ଗ ଥାନା ପଛପଟ ସାହିର ବୋଲି ଜଣାପଡିଥିବା ବେଳେ ସେ ବଣାଇଁ ବ୍ଲକ ଅନ୍ତର୍ଗତ ଜାଗଂଳା ଗ୍ରାମର ମୁଣ୍ଡା ସାହିର ନାନି ଭେଣେଇଁ ଘରକୁ ବୁଲିବା ପାଇଁ ଆସିଥିଲେ।

ତେବେ ଆଜି ମଗଂଳବାର ଦିନ ୧୨ଟା ସମୟରେ ନିକଟରେ ଥିବା ଜାଗଂଳା ବ୍ରାହ୍ମଣୀ ନଦୀ ପୋଲ ତଳକୁ କୌଣସି କାରଣକୁ ନେଇ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସେ ଗୁରୁତର ହୋଇଥିବା ଜଣାପଡିଛି। ତେବେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପରେ ତାକୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାକୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାପଡିଛି। ଖବର ପାଇ ପୁଲିସ ପହଞ୍ଚି ଘଟଣା ତଦନ୍ତ ଚଲାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର