ଯୁଯୁମୁରା: ଯୁଯୁମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତ ଖରୁଆଗାଡ଼ ଗାଁ ନିକଟସ୍ଥ ରାସ୍ତା ପାର୍ଶ୍ବରେ ଥିବା ଏକ ମହୁଲ ଗଛରୁ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ରେଢ଼ାଖୋଲ ଥାନା ଚାଟୁଣୀ ଗାଁର ଅରକ୍ଷିତ ମୁଣ୍ଡା (୩୫)।
ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବୁର୍ଲା ପଠାଇଛି। ଉକ୍ତ ଗଛରେ ତାଙ୍କର ଏକ ଏୟାର୍ ବ୍ୟାଗ୍ ମଧ୍ୟ ଝୁଲୁଥିଲା। ପୁଲିସ ଉକ୍ତ ବ୍ୟାଗ୍କୁ ମଧ୍ୟ ଜବତ କରିଛି। ବ୍ୟାଗ୍ରେ ଅରକ୍ଷିତଙ୍କ ପ୍ୟାଣ୍ଟ୍, ସାର୍ଟ ଓ ଅନ୍ୟ ଜିନିଷ ଥିବା ପୁଲିସ କହିଛି।
ପୁଲିସ ସୂଚନା ଅନୁଯାୟୀ ଅରକ୍ଷିତ ଶନିବାର ଶ୍ବଶୁର ଘର ଢାଢ଼ୁମୁଣ୍ଡା ଆସିଥିଲେ। ବୁଧବାର ସକଳେ ତାଙ୍କ ପତ୍ନୀ କାମକୁ ପଳାଇଥିଲେ। ପରେ ସେ ଘରକୁ ଯିବାକୁ କହି ବ୍ୟାଗ୍ ଧରି ବାହାରିଥିଲେ। ତେବେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ତାଙ୍କୁ ମହୁଲ ଗଛରେ ଗାମୁଛାରେ ଝୁଲୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ।
ଖବରପାଇ ଅରକ୍ଷିତଙ୍କ ଭାଇ ଓ ସଂପର୍କୀୟ ପୁତୁରା ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ ଗଛରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତାଙ୍କର ଗୋଟିଏ ପୁଅ(୧୫) ଓ ଝିଅ (୧୨) ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/d8ssui1-126ec5fa-3f8c-4105-a14c-c7f3d8bd8a0f.jpg)