ରିଆମାଳ: ରିଆମାଳ ଥାନା ରେଙ୍ଗାଳପାଲି ଗ୍ରାମରେ ଶୁକ୍ରବାର ପାରିବାରିକ କଳହରୁ ବିଷପାନ କରି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଗ୍ରାମର ବିଜୟ ବେହେରା (୪୨)। ପାରିବାରିକ କଳହରୁ ବିଜୟ ସକାଳେ ବିଷ ପାନ କରିଥିଲେ। ପରିବାର ଲୋକ ଜାଣିପାରି ତାଙ୍କୁ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।
ତେବେ ଅପରାହ୍ନ ସମୟରେ ମୃତ୍ୟୁ ଘଟିଥିଲା। ଖବର ପାଇ ରିଆମାଳ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି। ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/7.jpg)