ନୂଆପଡ଼ା: ଜୋଙ୍କ ନଦୀର ପୋଲ ଉପରେ ୩ ଫୁଟ୍‌ର ପାଣି, ବାଇକ ସହିତ ନଦୀରେ ଶ୍ୱଶୁର ,ଜ୍ୱାଇଁ ନିଖୋଜ

ନୂଆପଡ଼ା: ଗତ କାଲି ଠାରୁ ସମଗ୍ର ନୂଆପଡ଼ା ଜିଲ୍ଲାରେ ଜାରି ରହିଥିବା ଲଗାଣ ବର୍ଷାରେ ଜୋଙ୍କ ନଦୀରେ ବନ୍ୟା ଆସିଛି। ଏପରିକି ଜୋଙ୍କ ନଦୀର ସାରାବଙ୍ଗ ନିକଟସ୍ଥ ପୋଲ ଉପରେ ୩ ଫୁଟ୍‌ର ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଛି। ତେବେ ପୋଲ ପାର ହେଉଥିବା ବେଳେ ଏହି ପ୍ରଖର ସ୍ରୋତରେ ଭାସିଯାଇ ବାଇକ୍‌ ସହିତ ନୂଆପଡ଼ା ବ୍ଲକ୍‌ ଭଇଁସାଦରା ଗ୍ରାର ଶ୍ୱଶୁର ଜ୍ୱାଇଁ ନିଖୋଜ ହୋଇ ଯାଇଛନ୍ତି। ଉଭୟ ଶ୍ୱଶୁର ଜ୍ୱାଇ ଁ ନିଖୋଜ ହେବା ଇତିମଧ୍ୟରେ ୧୨ଘଣ୍ଟାରୁ ଅଧିକ ଅତିକ୍ରମ କରି ସାରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ନିଜର ଜଣେ ସମ୍ପର୍କୀୟଙ୍କୁ ନୂଆପଡ଼ାରେ ଛାଡ଼ି କେନ୍ଦୁବାରା ପଞ୍ଚାୟତ ଅନ୍ତର୍ଗତ ଭଇଁସାଦରା ଗାମର ତୋଷ କୁମାର ହରିଜନ ଓ ତାଙ୍କ ଜ୍ୱାଇଁ ତଥା ଛତିଶଗଡ଼ ଅଞ୍ଚଳର ମଇକୁ ତାଣ୍ଡିି ଏକ ବାଇକ୍‌ ଯୋଗେ ଭଇଁସାଦରାକୁ ଫେରୁଥିଲେ। ମାତ୍ର ସେତେବେଳକୁ ସାରାବଙ୍ଗ ପୋଲ ଉପରେ ପ୍ରାୟ ୩ ଫୁଟ୍‌ ବନ୍ୟାପାଣି ପ୍ରବାହିତ ହେଉଥିଲା। ସ୍ଥିତିକୁ ଆକଳନ କରି ନ ପାରି ସେମାନେ ବାଇକ୍‌ ନେଇ ପୋଲ ଉପରେ ଆସିଯିବାରୁ ନଦୀର ପ୍ରଖର ସ୍ରୋତ ବାଇକ୍‌ ସହିତ ସେମାନଙ୍କୁ ଭସାଇ ନେଇଥିବା କୁହାଯାଉଛି। ସାରାବଙ୍ଗ ପୋଲ ନକଟରେ ବିଡିଓ ସୁନୀଲ କେରକେଟା ଓ ବ୍ଲକ୍‌ ଉପାଧ୍ୟକ୍ଷ ଚିନିଲାଲ ସାହୁ ଉପସ୍ଥିତ ରହି ସ୍ଥିତି ପରଖୁଛନ୍ତି।

ସମ୍ବନ୍ଧିତ ଖବର