ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିକଟ ଚୋରମରା ଗ୍ରାମସ୍ଥିତ ମହାବୀର ପେପର୍ ମିଲ୍ର ମ୍ୟାନେଜରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ପେପର୍ମିଲ୍ର ମ୍ୟାନେଜର ଜଗଦୀଶ ଚନ୍ଦ୍ର କୁଣ୍ଡୁ ଗୁରୁବାର ସକାଳେ ପ୍ରାତଃଭ୍ରମଣରେ ବାହାରିଥିବା ବେଳେ ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଠେଙ୍ଗାରେ ଆକ୍ରମଣ କରିବାରୁ ଶ୍ରୀ କୁଣ୍ଡୁଙ୍କ ଗୋଡ଼ ଓ ହାତରେ ଗଭୀର କ୍ଷତ ହେଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣାସ୍ଥଳରେ ପଡ଼ି ରହିଥିବା ବେଳେ କେତେକ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଭବାନୀପାଟଣା ନିଆଯାଇଥିବା ସୂଚନା ମିଳିଛି। ଆକ୍ରମଣକାରୀଙ୍କ ସଂପର୍କରେ ଏଯାଏ କିଛି ଜଣାପଡ଼ିନାହିଁ। ଏହା ବ୍ୟବସାୟିକ କାରଣକୁ ନେଇ ନା ଅନ୍ୟ କୌଣସି ଘଟଣାକୁ ନେଇ ହୋଇଛି ତାହା ଏବେ ଅସ୍ପଷ୍ଟ ରହିଛି।
ପେପର୍ମିଲ୍ ମ୍ୟାନେଜରଙ୍କୁ ପ୍ରାଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2021/05/attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)