ଖଜୁରିଆକଟା: ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ରୁଙ୍ଗଟା ମାଇନ୍ସରେ ଗତକାଲି ଝାଡବନ୍ଧ ଗ୍ରାମର ୬ଜଣ ଯୁବକ ଦିନ ପ୍ରାୟ ୧ଟା ସମୟରେ ୩ଟି ବାଇକରେ ମୁହଁରେ ଗାମୁଚ୍ଛା ବାନ୍ଧି ଆସି ଗୋଏଲ କନଷ୍ଟ୍ରକ୍ସନର ମ୍ୟାନେଜର ତଥା ଅନ୍ୟ କର୍ମଚାରୀମାନଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ମ୍ୟାନେଜର ଅଜୟ ମଜୁମ୍ଦାର ଗୁରୁତର ଆହତ ହୋଇଥିବା ବେଳେ ସିରାଜଉଲ ଇସଲାମ, ରମଣ ଗୋଏଲ, ଗୋପାଳ ନାଗରାଜନ ଆହତ ହୋଇଛନ୍ତି । କମ୍ପାନିର ସିକ୍ୟୁରିଟି ଅଫିସର ସୁଶାନ୍ତ ତ୍ରିପାଠୀଙ୍କ ସୂଚନା କ୍ରମେ ବାଲିମୀ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଜୟନ୍ତ ବେହେରା, ପ୍ରଫୁଲ ସ୍ବାଇଂକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଯୁବକମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି ।
ରୁଙ୍ଗଟା ମାଇନ୍ସରେ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2020/09/attack.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)