ତିର୍ତୋଲ ବ୍ଲକ୍‌ ମନରେଗା ଦୁର୍ନୀତି: ତଦନ୍ତ ପାଇଁ ପହଞ୍ଚିଥିବା ଅମ୍ବୁଡ୍‌ସମ୍ୟାନ୍‌ଙ୍କୁ ଧରାଛୁଆଁ ଦେଲେନି ଅଧିକାରୀ !

ତିର୍ତୋଲ: ତିର୍ତୋଲ ବ୍ଲକ୍‌ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି। ଦୁର୍ନୀତି ଅଭିଯୋଗ ପାଇଲା ପରେ ତାର ତଦନ୍ତକୁ ମଧ୍ୟ ଖାତିର୍‌ ନାହିଁ। ଏହାର ପ୍ରମାଣ ମିଳିଛି ତଦନ୍ତକାରୀ ଅଧିକାରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ନିଯୁକ୍ତ ଅମ୍ବୁଡ୍ସମ୍ୟାନ୍‌ଙ୍କ ଚିଠିରୁ। ବ୍ଲକ୍‌ର ଦାଇଁଲୋ ପଞ୍ଚାୟତରେ ଏପରି କିଛି ଦୁର୍ନୀତିର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଇବା ସତ୍ତ୍ବେ ସେମାନେ ଦତନ୍ତରେ ସହଯୋଗ କରିନଥିଲେ। ଶେଷକୁ ଏନେଇ ଅମ୍ବୁଡ୍ସମ୍ୟାନ୍‌ ତାଙ୍କ ରିପୋର୍ଟରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇବା ସହିତ ଏହାର ନକଲ ତିର୍ତୋଲ ବିଡିଓ, ବିଭାଗୀୟ ସଚିବ ଭୁବନେଶ୍ବରଙ୍କ ନିକଟକୁ ପଠାଇଥିବା ନୋଟିସ ନମ୍ବର ୩୪୪/୨୬.୦୮.୨୦୨୨ ରୁ ସୂଚନା ମିଳିଛି। କେବଳ ସେତିକି ନୁହଁ ଏପରି ଏକ ତଦନ୍ତ ନିର୍ଦ୍ଦେଶକୁ ଖାତିର ନକରି ତିର୍ତୋଲ ଏପିଓ ଓ ଦାଇଁଲୋ ଜିଆର୍‌ଏସ୍‌ ଏହି ସମସ୍ତ ବିବାଦୀୟ କାର୍ଯ୍ୟର ବିଲ୍‌ ପୈଠ କରିବା କାହା ମର୍ଜିରେ ବୋଲି ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ବିଡିଓ ଅଟଳ ବିହାରୀ ସ୍ବାଇଁଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଫୋନ୍‌ ଉଠାଇନାହାନ୍ତି। ଦାଇଁଲୋ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ଓ ଜାଲିଆତି ହୋଇଥିବା ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅମ୍ବୁଡ୍‌ସମ୍ୟାନ୍‌ ଜଗତସିଂହପୁର, ତିର୍ତୋଲ ବିଡିଓ, ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ, ସହକାରୀ ପ୍ରକଳ୍ପ ଅଧିକାରୀ, ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରମୁଖଙ୍କୁ ପଞ୍ଚାୟତବାସୀଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲା।

ଗତ ଜୁନ ମାସରେ ଦାଇଁଲୋ ପଞ୍ଚାୟତର ପୋଷଲ ଘାଇମୁହଁ ଖୋଳା, ଲଙ୍ଗଳା ମଠ ଠାରୁ ହାବେଳି ଘୋଡ଼ା ଖାଲିଆ ରାସ୍ତା ମାଟି ପୋତା, ହାବେଳି ଘୋଡ଼ା ଖାଲିଆ ଠାରୁ ଲଙ୍ଗଳା ମଠ ରାସ୍ତା ମାଟି ପୋତା, ହାବେଳି ଅପୂର୍ବ ସୁନ୍ଦରୀ ପୋଖରୀ ଖୋଳା, ପୁରୁଣା ପ୍ରାଥମିକ ବିଦ୍ୟାଳୟ ପରିସର ମାଟି ପୋତା, ଦାଇଁଲୋ ପ୍ରଭାତ ମହାପାତ୍ରଙ୍କ ପୋଖରୀ ଖୋଳା, ଦାଇଁଲୋ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସର ମାଟି ପୋତା, ଦାଇଁଲୋ ମିସନଶକ୍ତି ଗୃହ ସାମ୍ନା ମାଟି ପୋତା, ଦାମୋଦର ପାଟଣା ଠାରୁ ବାଳିଆପାଟ ରାସ୍ତା ମାଟି ପୋତା, ଦାଇଁଲୋ ଠାରୁ ବାଳିଆପାଟ ରାସ୍ତା ମାଟି ପୋତା, ବାଳିଆ ପାଟ ରାସ୍ତା ଠାରୁ ମଶାଣି ରାସ୍ତା ମାଟି ପୋତା, କେଶିପୁର ଗ୍ରାମ ଗୋଚରରେ ପୋଖରୀ ଖୋଳା, କେଶିପୁର ରାସ୍ତା ଠାରୁ ମଶାଣି ପର୍ଯ୍ୟନ୍ତ ରାସ୍ତା ମାଟି ପୋତା ପ୍ରଭୃତି କାର୍ଯ୍ୟ କରାଯାଇଥିବା ଉଲ୍ଲେଖ କରାଯାଇଛି । ସରକାର ଦିନ ମଜୁରିଆଙ୍କ ପାଇଁ ଜବକାର୍ଡ ଜରିଆରେ ୧୦୦ ଦିନର କାର୍ଯ୍ୟ ଯୋଗାଇଦେବାକୁ ସର୍ବନିମ୍ନ ମଜୁରି ଧାର୍ଯ୍ୟ କରିଛନ୍ତି ।

କିନ୍ତୁ ଗାଁଗଣ୍ଡାରେ ସେତିକି ମଜୁରିରେ ମାଟି କାର୍ଯ୍ୟ କରିବାକୁ କେହି ମୂଲିଆ ରାଜି ହେଉନଥିବା ବେଳେ ଠିକାଦାର ଜବ୍‌କାର୍ଡରେ କାମ ହିସାବରେ ମଜୁରି ପକାଇଥିବା ବେ‌ଳେ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ କାର୍ଯ୍ୟସମ୍ପାଦନ କରିଛନ୍ତି। ପୂର୍ବରୁ ପଞ୍ଚାୟତବାସୀ ଏନେଇ ବିଡିଓଙ୍କ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ଶେଷକୁ ଗୋଲକ ବିହାରୀ ଦାସ, ଭଗବାନ ଦାସ, ପ୍ରତାପ ଦାସ, ପ୍ରଦୀପ୍ତ ଦାସ, ତରୁଣ ସାମଲ, ପ୍ରମୋଦ ଦାସ, ଲୋକନାଥ ସାହୁ, ଦଶରଥ ଦାସ, ପୁରସ୍ତମ ଦାସ, ଉମା ଚରଣ ସାହୁ, ଗୋଲେଖ ଦାସ, ସୁଧିର ଦାସ, ରବୀନ୍ଦ୍ର କୁମାର ସାହୁ, ଶିବ ଦାସ, ସୁଶାନ୍ତ ଦାସ, ଗୀତାଞ୍ଜଳି ଦାସ, ଜଗନ୍ନାଥ ଦାସ, ମିହିର କୁମାର ସାହୁ, ପ୍ରଦୀପ୍ତ ପଣ୍ତା, ବିଜୟ କୁମାର ସୁତାର, ପ୍ରଫୁଲ୍ଲ ମଲ୍ଲିକ, ରାଜେନ୍ଦ୍ର ମିଶ୍ର, ରଜନୀକାନ୍ତ ବାରିକ, ନିର୍ମଳ କୁମାର ବାରିକ, ବିଶ୍ବନାଥ ବାରିକ୍, ବିଶ୍ବଜିତ ସାମଲ, ସୁଶାନ୍ତ ଭୋଇ, ସଞ୍ଜୟ କୁମାର ସୂତାର, ଦିଲୀପ କୁମାର ସୂତାର, ଚିତ୍ତରଞ୍ଜନ ମହାପାତ୍ର, ଭରତ ଭୂଷଣ ମହାପାତ୍ର, ନିରଞ୍ଜନ ରାଉତ, ବାବାଜି ଜେନା, ରବୀନ୍ଦ୍ର କୁମାର ରାଉତ, ଦେବେନ୍ଦ୍ର ବେହେରା, ସୁମିତ୍ରା ସାହୁଙ୍କ ସମେତ ପଞ୍ଚାୟତବାସୀ ଅମ୍ବଡୁସ୍‌ମ୍ୟାନ୍‌ଙ୍କ ଠାରେ ଲିଖିତ ଅଭିଯୋଗ କରି ତଦନ୍ତ ଦାବି କରିଥିଲେ।

ଅଭି‌ଯୋଗ ପାଇବା ପରେ ଜଗତସିଂହପୁର ଅମ୍ବୁଡ୍ସମ୍ୟାନ ଦାଇଁଲୋ ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ତଦନ୍ତ ପାଇଁ ଯାଇଥିଲେ। ସେଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ୍‌ ସ୍ନିଗ୍ଧାରାଣୀ ମହାନ୍ତି ଓ କନିଷ୍ଠ ଯନ୍ତ୍ରୀ ଚିନ୍ମୟୀ ଦ୍ବିବେଦୀ କେହି ପହଞ୍ଚିନଥିଲେ। ପୋଷଲ ଗ୍ରାମର ଅରକ୍ଷିତ ଦାସ, ଉମାକାନ୍ତ ମଲ୍ଲିକ, ସୁଧାଂଶୁ ଶେଖର ସାହୁ, ନିମାଇଁ ଚରଣ ସାହୁ, ଅଭୟ କୁମାର ସାହୁ, ଅନିଲ ଦାସ, ପରୁଣା ଗ୍ରାମର ପୁରେହିତ ବିନୋଦ କୁମାର ଦାଶ, ପରୁଣା ଗ୍ରାମର ରମେଶ ମଲ୍ଲିକ, ପ୍ରଦୀପ୍ତ ବେହେରା, ବ୍ୟବସାୟୀ ବୈଷ୍ଣବ ଚରଣ ସାହୁ, ରାଜମିସ୍ତ୍ରୀ ବଳରାମ ଦାସ, ରାଜମିସ୍ତ୍ରି ସୁରଥ ମଲ୍ଲିକ, କାଳନ୍ଦି ମଲ୍ଲିକ ପ୍ରମୁଖଙ୍କ ନାମରେ ତଦନ୍ତ ହୋଇ ପାରିନଥିଲା । ଏପରିକି ଗୋଟିଏ କାର୍ଯ୍ୟକୁ ଦୁଇଥର ଦର୍ଶାଯାଇ ଅର୍ଥ ହଡ଼ପ ହୋଇଛି। ତେଣୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ସରଜମିନ୍‌ ତଦନ୍ତ ନିର୍ଦ୍ଦେଶ ଦେଲେ ତିର୍ତୋଲ ବ୍ଲକ୍‌ର ବଡ଼ ଧରଣରଣର ଦିୁର୍ନୀତି ସାମ୍ନାକୁ ଆସିବ ବୋଲି ଗ୍ରାମବାସୀ ଜଣଶଇଛନ୍ତି।

ସମ୍ବନ୍ଧିତ ଖବର