ଆଜିଠାରୁ ୭ ଦିନ ମଣ୍ଡି ବନ୍ଦ, ୫ ହଜାରରୁ ଉର୍ଦ୍ଧ୍ବ ଚାଷୀ ନିଜ ଧାନ ବିକ୍ରି କରିପାରିନାହାନ୍ତି

ସର୍ଭେ ପରେ ଚାଷୀ ନିଜର ଧାନ ବିକ୍ରି କରିପାରିବେ: ଯୋଗାଣ ବିଭାଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜିଠାରୁ ମଣ୍ଡି ୭ ଦିନ ଧରି ବନ୍ଦ ରହିବ ବୋଲି ଜଣାପଡିଛି। ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଚାଷୀ ନିଜର ଧାନ ବିକ୍ରି କରିପାରିନଥିବା ଜଣାପଡିଛି। ତେବେ ସେମାନେ କାହିଁକି ନିଜର ଧାନ ବର୍ତ୍ତମାନ ସୁଦ୍ଧା ବିକ୍ରି କରିପାରି ନାହାନ୍ତି ସେ ନେଇ ଯୋଗାଣ ବିଭାଗ ଏକ ସର୍ଭେ କରି ତଦନ୍ତ କରିବ ବୋଲି କହିଛି। ହୁଏତ ଚାଷୀମାନେ ଟୋକେନ ପାଇପାରିନଥିବେ କିମ୍ବା ସେମାନଙ୍କୁ ମେସେଜ ଆସିନଥାଇପାରେ ବୋଲି ବିଭାଗ ଅନୁମାନ କରୁଛି। ତେବେ ଏହି ସାତ ଦିନରେ ଜିଲ୍ଲାର ସମସ୍ତ ୫ ହଜାର ଚାଷୀଙ୍କର ସର୍ଭେ କରାଯିବ। ସେମାନଙ୍କ ନିକଟରେ ଧାନ ଗଚ୍ଛିତ ରହିଛି କି ନାହିଁ ତାହା ତଦନ୍ତ କରାଯିବ ବୋଲି କୁହାଯାଇଛି। ଏବେ ବି ଧାନ ମଣ୍ଡିଗୁଡିକରେ ଧାନ ପଡି ରହିଛି। ଚାଷୀ ନିଜ ଧାନକୁ ମଣ୍ଡିରେ ଜଗି ରହିଛି। ତେବେ ଯୋଗାଣ ବିଭାଗର ରିପୋର୍ଟ ଅନୁଯାୟୀ କାଲିମେଳା ଲ୍ୟାମ୍ପସ ଅଧିନରେ ୧୩ଟି ମଣ୍ଡି ରହିଥିବାବେଳେ ସେଥିରେ ସର୍ଭେ ପରେ ୭୮୦୪ ଜଣ ଚାଷୀ ରହିଥିଲେ। ଏବେ ସୁଦ୍ଧା ୬୪୬୧ ଜଣ ଚାଷୀ ନିଜର ୨,୬୨,୪୩୪ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି। ସେହିପରି ବଣ୍ଡା ଲ୍ୟାମ୍ପସ ତରଫରୁ ୬ଟି ମଣ୍ଡିରେ ସର୍ଭେ ପରେ ୨୦୩୪ ଜଣ ଚାଷୀ ରହିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୧୭୨୫ ଜଣ ଚାଷୀ ସେମାନଙ୍କ ଧାନ ଆଜି ସୁଦ୍ଧା ମୋଟ ୫୭,୧୮୬ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି। ଶିଖପାଲୀ ଲ୍ୟାମ୍ପସ ଅଧିନରେ ୫ଟି ମଣ୍ଡି ରହିଥିବାବେଳେ ସର୍ଭେ ପରେ ଏହି ମଣ୍ଡିଗୁଡିକରେ ୨୧୯୧ ଜଣ ଚାଷୀ ଧାନ ବିକ୍ରି କରିପାରିବେ ବୋଲି କୁହାଯାଇଛି। ତେବେ ଏଥିରୁ ମାତ୍ର ୧୮୪୦ ଜଣ ଚାଷୀ ନିଜର ୭୩,୮୪୫ କ୍ବିଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି। ସେହିପରି କୋରକୋଣ୍ଡା ଲ୍ୟାମ୍ପସ ଅଧିନରେ ୧୨ଟି ମଣ୍ଡି ରହିଥିବାବେଳେ ୫୧୩୨ ଜଣ ଚାଷୀ ସର୍ଭେ ପରେ ରହିଥିଲେ। ସେଥିରୁ ୪୩୦୦ ଜଣ ଚାଷୀ ନିଜର ୧,୭୨,୮୧୭ କ୍ବିଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି।

କୁଡୁମୁଲୁଗୁମ୍ମା ଲ୍ୟାମ୍ପ ଅଧିନରେ ୩ଟି ମଣ୍ଡି ରହିଥିବା ବେଳେ ସର୍ଭେ ପରେ ୧୧୮୩ ଜଣ ଚାଷୀ ଧାନ ବିକ୍ରି ପାଇଁ ଟୋକେନ ପାଇଥିଲେ।ସେଥିମଧ୍ୟରୁ ୧୦୯୨ ଜଣ ନିଜର ମୋଟ ୩୬,୭୬୪ କ୍ବିଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି। ମାଥିଲି ଲ୍ୟାମ୍ପସ ଅଧିନରେ ୧୨ଟି ମଣ୍ଡି ରହିଥିବା ବେଳେ ସର୍ଭେ ପରେ ୪୪୮୧ ଜଣ ଚାଷୀ ନିଜର ଧାନ ବିକ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।ସେଥିରୁ ୩୬୪୨ ଜଣଚାଷୀ ନିଜର ୧,୨୮,୭୮୪ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି।ପଡିଆ ଲ୍ୟାମ୍ପସ ଅଧିନରେ ୭ଟି ମଣ୍ଡି ରହିଥିବା ବେଳେ ଏହି ମଣ୍ଡିଗୁଡିକରେ ୩୮୩୬ ଜଣ ଚାଷୀ ସର୍ଭେ ପରେ ଧାନ ବିକ୍ରି ରହିଥିଲେ। ତେବେ ସେଥିରୁ ୩୦୯୯ ଜଣ ଚାଷୀ ହିଁ ନିଜର ମୋଟ ୧,୦୭,୭୭୯ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି।ସେହିପରି ମାଲକାନଗିରି ଲ୍ୟାମ୍ପସ ଅଧିନରେ ୭ଟି ମଣ୍ଡି ରହିଥିବା ବେଳେ ୩୭୭୭ ଜଣ ଚାଷୀ ସର୍ଭେ ପରି ଧାନ ଟୋକେନ ପାଇଥିଲେ।ତେବେ ସେଥିରୁ ୩୧୫୧ ଜଣ ଚାଷୀ ନିଜର ମୋଟ ୧,୧୯,୮୧୪ କ୍ବିଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି।ସେହିପରି ମାଳତୀ ଏସଏଚଜି ଅଧିନରେ ୨ଟି ମଣ୍ଡି ରହିଥିବା ବେଳେ ୧୨୬୮ ଜଣ ଚାଷୀ ସର୍ଭେ ପରେ ରହିଥିଲେ।ସେଥିରୁ ୧୦୫୫ ଜଣ ଚାଷୀ ନିଜର ୩୮,୩୨୧ କ୍ବିଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି। ଓଁ ଶାନ୍ତି ଏସଏଚଜି ଅଧିନରେ ଗୋଟିଏ ମଣ୍ଡି ରହିଥିବା ବେଳେ ୮୯୫ ଜଣ ଚାଷୀରୁ ୭୬୭ ଜଣ ଚାଷୀ ମୋଟ ୩୧,୪୮୬ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି।ଜୟ ମାଁ କାଳୀ ଏସଏଚଜି ଅଧିନରେ ଗୋଟିଏ ମଣ୍ଡି ରହିଥିବା ବେଳେ ୮୯୨ ଚାଷୀଙ୍କ ମଧ୍ୟରୁ ୭୫୨ ଜଣ ଚାଷୀ ନିଜର ମୋଟ ୨୫,୮୬୪ କ୍ବିଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି।

ଶେଷରେ ଶିବ ପାର୍ବତୀ ଏସଏଚଜି ଅଧନରେ ମଧ୍ୟ ଗୋଟିଏ ମଣ୍ଡି ରହିଥିବା ବେଳେ ୬୬୩ ଜଣ ଚାଷୀଙ୍କ ମଧ୍ୟରୁ ୪୮୩ ଜଣ ଚାଷୀ ନିଜର ୧୮,୬୩୧ କ୍ବିଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି।ତେବେ ଜିଲ୍ଲାରେ ମୋଟ ୧୨,୨୫,୩୨୮ କ୍ବିଣ୍ଟାଲ ଧାନ ଖରିଦ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏବେ ସୁଦ୍ଧା ୧୦,୭୩,୭୨୮ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି।ତେବେ ଚାଷୀଙ୍କୁ ୧୫୯ କୋଟି,୭ ଲକ୍ଷ ୫୬ ହଜାର ୬୨୬ ଟଂକା ପ୍ରଦାନ କରାଯାଇଥିବା ଜଣାପଡିଛି। ତେବେ ଯେଉଁ ଚାଷୀ ନିଜର ଧାନ ବିକ୍ରି କରିପାରିନାହାନ୍ତି।ସେମାନେ ପୂର୍ବରୁ ହୁଏତ ଦଲାଲମାନଙ୍କୁ ନିଜର ଧାନ ବିକ୍ରି କରିଦେଇଥିବେ ବୋଲି ଅନୁମାନ କରାଯାଏ।ତେବେ ସେହି ଟୋକେନଗୁଡିକରେ ଅନ୍ୟ ଦଲାଲମାନେ ପୁଣି ନିଜର କମ୍ ଦାମରେ କିଣିଥିବା ଧାନକୁ ବିକ୍ରି କରିବେ ବୋଲି ଜଣାପଡିଛି।ତେବେ ବହୁ ଚାଷୀ ବାହାର ରାଜ୍ୟକୁ ନେଇ ମଧ୍ୟ ଧାନ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର