ଦେବଗଡ଼: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ୨୦୨୩-୨୪ ଖରିଫ ଧାନକ୍ରୟ ନୀତି ନିର୍ଦ୍ଧାରଣ ସଂପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ବର ୧୫ ତାରିଖରୁ ଜିଲ୍ଲାରେ ମଣ୍ଡି ଖୋଲାଯିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ସଭାରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି କୌଶିକ ପ୍ରଧାନ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ସାଂସଦ ପ୍ରତିନିଧି ହେମନ୍ତ ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳ, ଜିଲ୍ଲା ସମବାୟ ଅଧିକାରୀ ନିମାଇଁ ଚରଣ ନାଏକ, ଏସ୍ଡିପିଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ମଣ୍ଡିମାନଙ୍କରେ ଚାଷୀମାନେ ଯେଭଳି ସୁବିଧାରେ ଧାନ ବିକିପାରିବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା, ଦଲାଲଙ୍କ ପ୍ରଭାବ ରୋକିବା ଏବଂ କଟନିଛଟନି ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ୨୦୨୩-୨୪ ଧାନ କ୍ରୟ ପୂର୍ବରୁ ପ୍ରତି କେନ୍ଦ୍ରରେ ସିସିଟିଭି, ଧାନ ମାନ ନିରୂପଣ ପାଇଁ ଯନ୍ତ୍ରପାତି, ଧାନ ଓଜନ ଯନ୍ତ୍ର ସଠିକ୍ ଭାବେ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୬୬ ହଜାର କ୍ବିଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ୪୮ ମଣ୍ଡି ଖୋଲିବାକୁ ସ୍ଥିର ହେଇଛି। ସେହିପରି ଜିଲ୍ଲାର ଚାଷୀମାନଙ୍କ ଦାବି ଅନୁଯାୟୀ ୩ ବ୍ଲକରେ ଗୋଟିଏ ଲେଖାଏଁ ମଡେଲ ମଣ୍ଡି ଖୋଲିବା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ସହ ଚଳିତ ଖରିଫ୍ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା ସଂପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ୍ ଅମିତାଭ ବେହେରା ଧନ୍ୟବାଦ ଦେଇଥିଲେ।
ଡିସେମ୍ବର ୧୫ରୁ ଖୋଲିବ ମଣ୍ଡି
/sambad/media/post_attachments/wp-content/uploads/2023/11/cfaec696-62ee-4cfe-9ff7-bcb5b0d01048.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)