ଭୁବନେଶ୍ୱର: ଟ୍ରକ ଧକ୍କାରେ ଯୁବକ ମୃତ, ଜଣେ ଗୁରୁତର

ଭୁବନେଶ୍ୱର:ଆଜି ସକାଳେ ଯାଆଁଳା ନିକଟରେ ଏକ ଟ୍ରକ୍‌ ସହିତ ବାଇକର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।
ପୁଲିସ ସୂତ୍ରରୁ ମିଳଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବିଶ୍ୱଜିତ ଜେନା(୨୫ ବର୍ଷ) ନାମକ ଜଣେ ଯୁବ ଇଞ୍ଜିନିୟର ତାଙ୍କ ବନ୍ଧୁ ହିମାଂଶୁ ପ୍ରଧାନଙ୍କ ସହିତ ଓଡି୦୨ ଏଇ୭୩୯୯ ନମ୍ବର ବିଶିଷ୍ଟ ବାଇକରେ ଖୋର୍ଦ୍ଧା ଅଭିମୁଖେ ଯାଉଥିିବା ବେଳେ ଜାଆଁଳା ନିକଟରେ ଏକ ଅଜଣା ଟ୍ରକ୍‌ ସେମାନଙ୍କ ଧକ୍କା ଦେଇଥିିଲା। ଫଳରେ ଘଟଣାସ୍ଥଳରେ ବିଶ୍ୱଜିତଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର