କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ପୁଲିସ ଗୁରୁବାର ଚୋରାରେ ମାଙ୍ଗାନିଜ ନେଇ ଯାଉଥିବା ଏକ ୧୨ଚକିଆ ମାଲ ବୋଝେଇ ଡମ୍ପର ଟ୍ରକ୍‌କୁ ଜବତ କରିଛି। ଏଥିସହ ମାଙ୍ଗାନିଜ ଚୋରା ଚାଲାଣ କରୁଥିବା ଏକ ରାକେଟର ପର୍ଦ୍ଦାଫାସ୍‌ କରିଛିି। ଏହି ଚୋରା କାରବାରରେ ସାମିଲ ଥିବା ୫ ଜଣଙ୍କୁ ପୁଲିସ ଗିରଫ କରିବା ସହିତ ସେମାନଙ୍କଠାରୁ ଗୋଟିଏ କାର୍‌, ୮ଟି ମୋବାଇଲ ଫୋନ୍‌ ଓ ନଗଦ ୧୦,୨୦୦ ଟଙ୍କା ଜବତ କରିଛି।

Advertisment

publive-image

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲାର ବଡବିଲ୍‌ ଥାନା ଅନ୍ତର୍ଗତ କେ.ଅଲ୍ଲୀ ବସ୍ତିର ମହମ୍ମଦ ହାଫିଜଙ୍କ ପୁଅ ମହମ୍ମଦ ଫିରୋଜ (୩୧), ବରକତ ନଗରର ମହମ୍ମଦ ସାମସୁଦ୍ଦିନ୍‌ଙ୍କ ପୁଅ ଇରଫାନ୍‌, ସ୍ୱର୍ଗତଃ ଅବଦୁଲ ଗାଫର୍‌ଙ୍କ ପୁଅ ମହମ୍ମଦ ସଲିମ୍‌ ଅଖତର୍‌, ବାଦାମ୍‌ପାହାଡର ସାଧୁ ଲୋହର୍‌ଙ୍କ ପୁଅ ବାବୁଲୁ ଲୋହର ଓ ଦେଓଗାଁର ରାଏ ସାହେବ ସିନ୍ଦେଙ୍କ ପୁଅ ଗଜାନନ ସିନ୍ଦେ ବୋଲି ଜଣାପଡ଼ିଛି। ଏମାନେଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।