ରାଉରକେଲା: ରାଉରକେଲା ମହାନଗରବାସୀ ଚାଖିବେ ଗାଁ ଆମ୍ବର ସୁଆଦ। ଏଥିପାଇଁ ସ୍ଥାନୀୟ ରାଉରକେଲା ର ଆମ ବାଗାନ ଠାରେ ଖୋଲିଛି ‘ଗାଁ ଆମ୍ବ ପସରା’। ଜିଲ୍ଲାପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହା ଖୋଲାଯାଇଛି। ବୁଧବାର ଦିନ ଏହି ଷ୍ଟଲକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁନ୍ତି ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରିଛନ୍ତି। ଉଦଘାଟନ ସମୟରେ ଅନ୍ୟ ସମ୍ମାନୀୟ ଅତିଥି ଭାବରେ ଜିଲ୍ଲାପାଳ ଡାକ୍ତର ପରାଗ ବର୍ଷ ଗାଭାଲି, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମନୋଜ ମହାଜନ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଡିଏଫଓ ଯଶୋବନ୍ତ ସେଠୀ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2023/06/d0d7f85a-97ab-4808-9244-99e31579cca7.jpg)
ଏ ଅବସରରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି ଯେ ରାଉରକେଲା ସହରରେ ରହୁଥିବା ଲୋକଙ୍କୁ ଉଚିତ ଦାମରେ ଭଲ ଆମ୍ବ ଯୋଗାଇ ଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ମିଶନ ଶକ୍ତିର ମା’ମାନେ ଏଥିରେ ଯୋଡ଼ି ହୋଇଥିବାରୁ ସେମାନଙ୍କ ସ୍ଥିତି ମଧ୍ୟ ସୁଦୃଢ଼ ହୋଇ ପାରିବ ବୋଲି କହିଛନ୍ତି। ‘ଗାଁ ଆମ୍ବ ପସରା’ରେ ମୋଟ ୧୩ ଟି ଷ୍ଟଲରେ ମିଳୁଥିବା ଆମ୍ବ ସୁନ୍ଦର ଗଡ ଜିଲ୍ଲା ବ୍ୟତୀତ କେନ୍ଦୁଝର, ରାୟଗଡ଼ା, ବହ୍ମପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଛି। ଏହି ଷ୍ଟଲରେ ଗ୍ରାମାଞ୍ଚଳରୁ ଅମଳ ହୋଇଥିବା ଭଳିକି ଭଳି ଆମ୍ବ ରହିଛି। ଲେଙ୍ଗଡା, ସୁନ୍ଦରୀ, ମଲ୍ଲିକା, ବାଇଗଣପଲେଇ, ଦସେରୀ ତଥା ହୀମସାଗର, ଆମ୍ରପାଲି, ବାଇଗଣଫଲି ଭଳି ଆମ୍ବ ଆଦି ଉପଲବ୍ଧ ରହିଛି।
ଏହା ବ୍ୟତୀତ ଗୋଟିଏ ଷ୍ଟଲ୍ ରେ ଉପରୋକ୍ତ ଫଳ ଆଦିରୁ ପ୍ରସ୍ତୁତ ସଦ୍ୟ ଫଳ ରସ ମଧ୍ୟ ଉପଲବ୍ଧ ରହି ଥିବା ବେଳେ ଆମ୍ବ ଆଚାର ମଧ୍ୟ ଉପଲବ୍ଧ ରହିଛି। ୧୫ ତାରିଖ ପର୍ଯ୍ୟନ୍ତ ଏହି ଷ୍ଟଲ୍ ଖୋଲା ରହିବ। ଏହା ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ଷ୍ଟଲ ଖୋଲା ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/38c984ef-9b3b-42e3-a218-cecfbffe6df1.jpg)